ଆମେଥି ଭୋଟର୍‌ଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

Advertisment
ଆମେଥି ଭୋଟର୍‌ଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

ଲ‌କ୍ଷ୍ନୌ, : କଂଗ୍ରେସ ସାଧାରଣ ସମ୍ପାଦିକା‌ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ଜିତାଇବାପାଇଁ ଅହରହ ପ୍ରୟାସ ଜାରି କରିଛନ୍ତି। ଉତ୍ତରପ୍ରଦେଶରେ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ମନରେଗା କର୍ମୀ, ଶିକ୍ଷକ, ପରାମର୍ଶଦାତା, ଛାତ୍ରଛାତ୍ରୀ ଏବଂ ମଦ୍ରାସାଗୁଡ଼ିକୁ ଚିଠି ଲେଖି ପ୍ରିୟଙ୍କା ତାଙ୍କ ଭାଇଙ୍କ ପାଇଁ ଭୋଟ୍‌ ନିବେଦନ କରିଛନ୍ତି। ରାଏବରେଲି, ଆମେଥି, ଧଉରାହା, ସୀତାପୁର, ମୋହନଲାଲଗଞ୍ଜ, ବାନ୍ଦା, ଫତେପୁର, କୌଶମ୍ଭି, ବ‌ାରବାଙ୍କି , ଫୈଜାବାଦ୍‌, ବାହରେଚ୍‌, କୈସରଗଞ୍ଜ ଏବଂ ଗୋନ୍ଦା ଅଂଚଳରେ ପ୍ରିୟଙ୍କାଙ୍କ ଚିଠି ଚର୍ଚ୍ଚା ସୃଷ୍ଟି କରିଛି। ଆଶା କର୍ମୀଙ୍କ ପାଖକୁ ଲେଖିଥିବା ଚିଠିରେ ପ୍ରିୟଙ୍କା ସ୍ବା‌ସ୍ଥ୍ୟ ବଜେଟ୍‌କୁ ଦ୍ବିଗୁଣିତ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଏଥିସହ ‌ସେମାନଙ୍କୁ ଦିଆଯାଉଥିବା ପାଣ୍ଠିକୁ ମଧ୍ୟ ବୃଦ୍ଧି କରିବାପାଇଁ କହିଛନ୍ତି। ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କ ବକେୟା ପାଉଣା ଦିଆ‌ଯିବ ବୋଲି ମଧ୍ୟ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ମଦ୍ରାସାରେ ଶିକ୍ଷା ପଦ୍ଧତିର ଆଧୁନିକୀକରଣ ପାଇଁ ମଧ୍ୟ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe