ଲକ୍ଷ୍ନୌ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜୋର୍ଦାର ପ୍ରଚାର ଚାଲିଛି। ଶେଷ ପର୍ଯ୍ୟାୟରେ ୫୯ ଆସନରେ ନିର୍ବାଚନ ଥିବାବେଳେ ଉତ୍ତରପ୍ରଦେଶର ୧୩ଟି ଆସନରେ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ତେବେ ଏହି ୧୩ ଆସନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀ ମଧ୍ୟ ଅଛି। ବାରଣାସୀରେ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି କଂଗ୍ରେସର ଅଜୟ ରାୟ। ଏହି ଆସନ ମୋଦୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ କଂଗ୍ରେସ ଏହି ଆସନ ହାତେଇବାପାଇଁ ଅଲଗା ରଣନୀତି ଆପଣାଇଛି। ତେବେ କଂଗ୍ରେସର ଦୁର୍ବଳ ରାଜନୈତିକ ସଂଗଠନ ଏବଂ ଏହା ମହାମେଣ୍ଟରୁ ବାହାରେ ଥିବାରୁ ଦଳୀୟ ପ୍ରାର୍ଥୀଙ୍କ ସଙ୍କଟ ବଢ଼ିଯାଇଛି। ତେବେ ଆଜି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ବାରଣାସୀରେ ଏକ ବିଶାଳ ରୋଡ୍ସୋ କରିଛନ୍ତି। ଏହି ରୋଡ୍ସୋ ମାଧ୍ୟମରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପ୍ରିୟଙ୍କାଙ୍କ ରୋଡ୍ସୋ ଆରମ୍ଭ ହୋଇ କାଶୀ ବିଶ୍ବନାଥ ମନ୍ଦିରରେ ଶେଷ ହୋଇଛି। ମୋଦୀ ଏହି ଆସନରେ ପ୍ରାର୍ଥିପତ୍ର ଦାଖଲ କରିବାର ଦିନକ ପୂର୍ବରୁ ରୋଡ୍ ସୋ କରିଥିବାବେଳେ ଆଜି କଂଗ୍ରେସ ପ୍ରିୟଙ୍କାଙ୍କ ରୋଡ୍ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି। ଆସନ୍ତାକାଲି ବସପା ସୁପ୍ରିମୋ ମାୟାବତୀ ଏବଂ ସପା ସୁପ୍ରିମୋ ଅଖିଳେଶ ଯାଦବ ବାରଣାସୀରେ ମିଳିତ ରୢାଲି କରିବାର ଯୋଜନା କରିଛନ୍ତି।
ବାରଣାସୀରେ ପ୍ରିୟଙ୍କାଙ୍କ ରୋଡ୍ ସୋ’ କଂଗ୍ରେସର ଶକ୍ତି ପ୍ରଦର୍ଶନ
Advertisment
Follow Us