ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ଡି ଦେବୀ ଏବେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଏକ ସଭାରେ କହିଛନ୍ତି ଯେ ନୀତୀଶ କୁମାର ଅତ୍ୟନ୍ତ କ୍ଷମତା ଲୋଭୀ ଏବଂ ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ସେ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଆର୍ଜେଡିର ସମର୍ଥନ ଚାହୁଥିଲେ। ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ସେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିଥାନ୍ତେ ବୋଲି ରାବ୍ଡି କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ଆମକୁ ଧୋକା ଦେବାପରେ ଆମ ଆଉ ତାଙ୍କ ଉପରେ ଆଉ ବିଶ୍ବାସ କରିନଥିଲୁ ବୋଲି ସେ କହିଛନ୍ତି। ଗତକାଲି ମଧ୍ୟ ରାବଡି କହିଥିଲେ ଯେ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନୀତୀଶ ୫ ଥର ଲାଲୁଙ୍କ ପାଖକୁ ପଠାଇଥିଲେ। ଲାଲୁଙ୍କୁ ଭେଟିବା ସହିତ ସେ ଉଭୟ ଦଳର ମିଶ୍ରଣ ପାଇଁ ପ୍ରସ୍ତାବ ରଖିଥିଲେ। ତେବେ ରାବ୍ଡ଼ିଙ୍କ ଏହି ବୟାନକୁ ପ୍ରଶାନ୍ତ କିଶୋର ଖଣ୍ଡନ କରି ଏହାକୁ ଡାହା ମିଛ ବୋଲି କହିବା ସହ ଗଣମାଧ୍ୟମରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି।
ନୀତୀଶ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବାକୁ ଚାହୁଥିଲେ: ରାବ୍ଡି
Advertisment
Follow Us