ରାଫେଲ୍‌ ବିବାଦ, ସୁପ୍ରିମ‌ କୋର୍ଟରେ ଦୁଃଖ ପ୍ରକାଶ କଲେ ରାହୁଲ

Advertisment
‘ଚୌକିଦାର ଚୋର୍‌ ହୈ’ କଥାରେ ସୁପ୍ରିମ୍‌ କୋର୍ଟଙ୍କ ନାଁ ଧରିଥିବାରୁ କ୍ଷମା ମାଗିଲେ ରାହୁଳ ଗାନ୍ଧୀ

Image Courtesy of India Today

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ସୁପ୍ରିମ କୋର୍ଟରେ ଦୁଃଖ ପ୍ରକାଶ କରିଛନ୍ତି। ରାଫେଲ ମାମଲା ସହ ଚୌକିଦାର ନରେନ୍ଦ୍ର ମୋଦୀ ଚୋର୍‌ ‌‌‌େହୖ ମନ୍ତବ୍ୟକୁ ବିରୋଧୀ ଭୂଲ ବାଖ୍ୟା କରୁଥିବା ରାହୁଲ କହିଛନ୍ତି। ସୁପ୍ରିମ କୋର୍ଟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଅଦାଲତ ଅବମାନନନା ମାମଲାର ଜବାବରେ ରାହୁଲ କହିଛନ୍ତି, ରାଜନୈତିକ ପ୍ରଚାରର ତାତି ଭିତରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ଏବଂ ସେହି ମନ୍ତବ୍ୟକୁ ତାଙ୍କ ବିରୋଧୀମାନେ ଅପବ୍ୟବହାର କରିଛନ୍ତି। ସେ କେବଳ ‘ଚୌକିଦାର ଚୋର୍‌ ‌‌େହୖ’ ହିଁ କହିଥିଲେ ବୋଲି ସ୍ବୀକାର କରିଛନ୍ତି। ତାହାଠାରୁ ଅଧିକ କିଛି ତାଙ୍କ ମନରେ ନଥିଲା ବୋଲି ରାହୁଲ ଦାଖଲ କରିଥିବା ଶପଥ ପାଠରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe