ମତଦାନ ଦିବସରେ ପ୍ରଚାର ଟ୍ବିଟ୍‌ କରି ଅଡ଼ୁଆରେ ରାହୁଲ

Advertisment
ମତଦାନ ଦିବସରେ ପ୍ରଚାର ଟ୍ବିଟ୍‌ କରି ଅଡ଼ୁଆରେ ରାହୁଲ

Opindia

ନୂଆଦିଲ୍ଲୀ: କେରଳର ୱାୟନାଡ଼ ଆସନରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଜି ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି। ରାହୁଲ ଆଜି ଭୋଟ୍‌ ଗ୍ରହଣ ବେଳେ ଟ୍ବିଟ୍‌ କରି ଦଳ ସପକ୍ଷରେ ଭୋଟ୍‌ ଦେବାକୁ ଆହ୍ବାନ ଦେଇଥିବାରୁ ଏହାକୁ ବିରୋଧ କରି ଏନ୍‌ଡିଏ ପ୍ରାର୍ଥୀ ତୁଷାର ଭେଲ୍ଲାପଲ୍ଲୀ ନିର୍ବାଚନ କମିସନଙ୍କଠାରେ ଅଭିଯୋଗ ଦାଖଲ କରିଛନ୍ତି। ମାମଲାର ଯାଞ୍ଚ ପାଇଁ କମିସନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ରାହୁଲ ଗାନ୍ଧୀ ତାଙ୍କ ଟ୍ବିଟରରେ ଏକ ଭିଡିଓ ସେୟାର କରି ଲେଖିଥିଲେ- ମୋର ବିଶ୍ବାସ ରହିଛି ପ୍ରତ୍ୟେକ ଭାରତୀୟ ‘ନ୍ୟାୟ’ ଚାହୁଛନ୍ତି ଏବଂ ଏଥିପାଇଁ ସେମାନେ ବୁଦ୍ଧିମତାର ସହ ମତଦାନ କରିବେ। ଏହି ଭିଡିଓ ସେୟାର କରିବା ପାଇଁ ମଧ୍ୟ ସେ ଯୁବ ଭୋଟର୍‌ଙ୍କୁ ଆହ୍ବାନ ଦେଇଥିଲେ। ଏନ୍‌ଡିଏ ପ୍ରାର୍ଥୀ ରାହୁଲଙ୍କ ଏଭଳି ପ୍ରଚାରକୁ ଜୋର୍‌ଦାର ବିରୋଧ କରିବା ସହ ନିର୍ବାଚନ କମିସନ ଏ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe