ଲକ୍ଷ୍ନୌ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ଉତ୍ତରପ୍ରଦେଶର କାନପୁର ବିମାନବନ୍ଦରରେ ଅଚାନକ ଭେଟ ହୋଇଥିଲା। ଉଭୟ ଆଜି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲେ ମଧ୍ୟ ଅଚାନକ ସେମାନଙ୍କର ସାକ୍ଷାତ ହୋଇଥିଲା। ତେବେ ଏହି ସମୟରେ ରାହୁଲ ପ୍ରିୟଙ୍କାଙ୍କୁ ଜଣେ ଉତ୍ତମ ଭାଇର ଅର୍ଥ କ’ଣ ବୁଝାଇବାକୁ ଚେଷ୍ଟା କରିଥିଲେ। ରାହୁଲଙ୍କ କହିବାର ଅର୍ଥ ଥିଲା ଯେ ସେ ନିଜେ ଅଧିକ ଦୂର ପର୍ଯ୍ୟନ୍ତ ଯାତ୍ରା କରିବାକୁ ଥିବାବେଳେ ସେ ଏକ ଛୋଟ ହେଲିକପ୍ଟରରେ ଯାତ୍ରା କରୁଛନ୍ତି, କିନ୍ତୁ ପ୍ରିୟଙ୍କା କମ୍ ଦୂର ଯାତ୍ରା କରୁଥିଲେ ମଧ୍ୟ ତାଙ୍କୁ ଏକ ବଡ଼ ହେଲିକପ୍ଟରରେ ଉପଲବ୍ଧ କରାଯାଇଛି। ଏହି ବିଷୟକୁ ନେଇ ଆଜି ଭାଇ ଭଉଣୀ କିଛି ସମୟ ବେଶ୍ ହସଖୁସିରେ କଥାବାର୍ତ୍ତା କରିଥିଲେ। ଉଭୟ ରାହୁଲ ଏବଂ ପ୍ରିୟଙ୍କା ପରସ୍ପରର କାନ୍ଧରେ ହାତ ପକାଇଥିବା ଫଟୋ ଏବଂ ଭିଡିଓ ରାହୁଲ ଫେସ୍ବୁକ୍ରେ ପୋଷ୍ଟ କରିଛନ୍ତି। ଏହା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ରାହୁଲ-ପ୍ରିୟଙ୍କା ଅଚାନକ ଭେଟ, ଭାଇ ଭଉଣୀଙ୍କ ଫଟୋ ଭାଇରାଲ୍
Advertisment
Follow Us