ପ୍ରଚାରରୁ ରାମ ମନ୍ଦିର ପ୍ରସଙ୍ଗ ଗାଏବ

Advertisment
ପ୍ରଚାରରୁ ରାମ ମନ୍ଦିର ପ୍ରସଙ୍ଗ ଗାଏବ

ଅଯୋଧ୍ୟା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାମ ମନ୍ଦିର ଆନ୍ଦୋଳନ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର ନିର୍ମାଣକୁ ନେଇ ସରଗରମ ଚର୍ଚ୍ଚା ଲାଗି ରହିଥିବା ବେଳେ ନିର୍ବାଚନ ତାରିଖ ଘୋଷଣା ପରଠାରୁ ଏହି ପ୍ରସଙ୍ଗ ଅଚାନକ ଗାଏବ ହୋଇଯାଇଛି । ବିଜେପି ରାମ ମନ୍ଦିର ନିର୍ମାଣକୁ ଏଥର ମଧ୍ୟ ନିଜ ଇସ୍ତାହାରରେ ସ୍ଥାନିତ କରିଥିଲେ ମଧ୍ୟ ଏହାକୁ ପ୍ରଚାରରେ ଆଦୌ ସ୍ଥାନ ଦେଇନାହିଁ। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ନିରବ ରହିଛନ୍ତି। ବିଜେପି ସମେତ କୌଣସି ଦଳ ମଧ୍ୟ ରାମ ମନ୍ଦିର ପ୍ରସଙ୍ଗକୁ ନିର୍ବାଚନୀ ରୢାଲିରେ ଉଠାଉ ନଥିବା ବେଳେ ଏବେ କେବଳ ଜାତୀୟ ସୁରକ୍ଷା ବିଜେପିର ଏଜେଣ୍ଡାରେ ମୁଖ୍ୟ ପ୍ରସଙ୍ଗ ଭାବେ ରହିଛି । ରାମ ନବମୀ ଅବସରରେ ମଧ୍ୟ ଅଯୋଧ୍ୟାରେ ମନ୍ଦିର ପ୍ରସଙ୍ଗ କେହି ଉଠାଇଥିବା ନଜିର ନାହିଁ। ମନ୍ଦିର ବଦଳରେ ଏବେ ଜାତୀୟ ସୁରକ୍ଷା ଏବଂ ରାଷ୍ଟ୍ରବାଦ ପ୍ରମୁଖ ପ୍ରସଙ୍ଗ ବୋଲି ଅଯୋଧ୍ୟାରୁ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ସାଂସଦ ଲଲ୍ଲା ସିଂହ ଖୁଲେ କହିଛନ୍ତି। ମନ୍ଦିର ପୂର୍ବରୁ ପ୍ରସଙ୍ଗ ଥିଲା, ଏବେ ଆଉ ତାହା ବଡ଼ ପ୍ରସଙ୍ଗ ହୋଇ ରହିନାହିଁ। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ କାର୍ଯ୍ୟ ଯୋଗୁଁ ନିର୍ବାଚନ ଜିତିବୁ ବୋଲି ସେ କହିଛନ୍ତି। ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ପଙ୍କଜ ମନ୍ଦିର ଚର୍ଚ୍ଚା ଗାଏବ ହେବା ପ୍ରସଙ୍ଗରେ କହିଛନ୍ତି ଯେ ‘ରାଷ୍ଟ୍ରବାଦ ହିଁ ରାମ’ ଏବଂ ଏକଥା ଭାରତବାସୀ ଭଲଭାବେ ଜାଣନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe