ନୂତନ ଲୋକସଭାରେ ରେକର୍ଡ ୭୮ ମହିଳା ସାଂସଦ

Advertisment
ନୂତନ ଲୋକସଭାରେ ରେକର୍ଡ ୭୮ ମହିଳା ସାଂସଦ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ଏଥର ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି। ୫୪୨ ଜଣ ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରେ ଏଥର ୭୮ ଜଣ ମହିଳା ସାଂସଦ ଅଛନ୍ତି। ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଂଗରୁ ୧୧ ଜଣ ଲେଖାଏଁ ମହିଳା ସଂସଦକୁ ନିର୍ବାଚିତ ହୋଇଛନ୍ତି। ସମଗ୍ର ଦେଶରେ ୭୨୪ ଜଣ ମହିଳା ଲୋକସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କଂଗ୍ରେସ ୫୪ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ୫୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ୧୯୫୨ ପରଠାରୁ ଆଜି ପର୍ଯ୍ୟନ୍ତ ସର୍ବାଧିକ ୧୪ ପ୍ରତିଶତ ମହିଳା ଏଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୧୬ତମ ଲୋକସଭାକୁ ୬୪ ଜଣ ମହିଳା ନିର୍ବାଚିତ ହୋଇଥିବା ବେଳେ ୧୫ତମ ଲୋକସଭାକୁ ୫୨ ମହିଳା ନିର୍ବାଚିତ ହୋଇଥିଲେ। ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍‌ ଅଟକି ରହିଥିବା ବେଳେ ଏଥର ରେକର୍ଡ ୭୮ ମହିଳା ସାଂସଦ ନିର୍ବାଚିତ ହେବା ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe