‘ହିନ୍ଦୁ ଉଗ୍ରପନ୍ଥୀ’ ଟିପ୍ପଣୀ: କମଲ ହସନଙ୍କ ଉପରକୁ ଚପଲ ଫିଙ୍ଗିଲେ

Advertisment
‘ହିନ୍ଦୁ ଉଗ୍ରପନ୍ଥୀ’ ଟିପ୍ପଣୀ: କମଲ ହସନଙ୍କ ଉପରକୁ ଚପଲ ଫିଙ୍ଗିଲେ

ମଦୁରାଇ: ଅଭିନେତାରୁ ରାଜନେତା ବନିଥିବା କମଲ ହସନ୍‌ଙ୍କ ‘ହିନ୍ଦୁ ଉଗ୍ରପନ୍ଥୀ’ ଟିପ୍ପଣୀ ପାଇଁ ଏବେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି। ଗତକାଲି ତାମିଲନାଡ଼ୁର ତିରୁପ୍ପରକୁନ୍ଦ୍ରମ୍‌ରେ ଏକ ରୢାଲିରେ କମଲ ହସନଙ୍କ ଉପରକୁ ଚପଲ ମାଡ଼ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏମଏନ୍‌ଏମ୍‌ ପକ୍ଷରୁ ଏହି ଖବରକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏମଏନ୍‌ଏମ୍‌ ପକ୍ଷରୁ କୁହାଯାଇଛି ଯେ କମଲ ହାସନ୍‌ଙ୍କ ଉପରକୁ ଚପଲ ଫୋପାଡ଼ିବା ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ତେବେ ଗତକାଲି କମଲ୍‌ ଯେଉଁ ସ୍ଥାନରେ ଜନସଭା କରିଥିଲେ ସେଠାରେ କିଛି ଲୋକ ଗଣ୍ଡ‌ଗୋଳ କରିଥିଲେ ଏବଂ କେହିଜଣେ କମଲ୍‌ଙ୍କ ଉପରକୁ ଚପଲ ଫୋପାଡ଼ିବାକୁ ଚେଷ୍ଟା କରିଥିଲେ। ଚପଲ କମଲ୍‌ଙ୍କ ଦେହରେ ନବାଜି ଅନ୍ୟତ୍ର ପଡ଼ିଥିଲା ବୋଲି ଏମଏନଏମ୍‌ର ଜଣେ ସଦସ୍ୟ କହିଛନ୍ତି। ଏହି ମାମଲାରେ ଜଣେ ବ୍ୟକ୍ତି ଅଟକ ରହିଥିବା ପୁଲିସ ସୁତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe