ହେଭିୱେଟ୍‌ ‌ଲଢ଼େଇ: ସୁନ୍ଦରଗଡ଼ ଲୋକସଭା ଆସନରେ ଜୁଏଲ, ଜର୍ଜ ଓ ସୁନୀତା

Advertisment
ହେଭିୱେଟ୍‌ ‌ଲଢ଼େଇ: ସୁନ୍ଦରଗଡ଼ ଲୋକସଭା ଆସନରେ ଜୁଏଲ, ଜର୍ଜ ଓ ସୁନୀତା

୨୦୧୪ରେ ମୋଦୀ ମନ୍ତ୍ରିମଣ୍ଡଳରେ ରାଜ୍ୟର ଏକମାତ୍ର ସାଂସଦ ଭାବେ ସ୍ଥାନ ପାଇଥିଲେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜୟୀ ବିଜେପି ପ୍ରାର୍ଥୀ ଜୁଏଲ ଓରାମ୍‌। ଗତଥର ବିଜେଡି ପ୍ରାର୍ଥୀ ହକି ତାରକା ଦିଲ୍ଲୀପ ତିର୍କୀ ପାଖାପାଖି ୨୦ ହଜାର ଭୋଟ୍‌ ବ୍ୟବଧାନରେ ଜୁଏଲଙ୍କଠାରୁ ହାରି ଯାଇଥିଲେ। ୧୯୫୨ ମସିହାଠାରୁ କଂଗ୍ରେସ ସାତ ଥର ଏହି ଆସନକୁ ଅକ୍ତିଆର କରିଥିବା ବେଳେ ବିଜେପି ଜିତିଛି ଚାରି ଥର। ଅଦ୍ୟାବଧି ବିଜେଡି ଖାତା ଖୋଲି ପାରିନାହିଁ। ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେହିପରି ଆଦିବାସୀ ନେତା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ବ୍ରାହ୍ମଣୀରେ ଦ୍ବିତୀୟ ସେତୁ ନିର୍ମାଣ, ୧୪୩ ନମ୍ବର ଜାତୀୟ ରାଜପଥ, ଆଇଜିଏଚ୍‌ ସୁପର ସ୍ପେଶାଲିଟି ହସ୍‌ପିଟାଲ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ଏଥର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ତିନି ଦଳ ମଧ୍ୟରେ ଏଠାରେ କଡା ମୁକାବିଲା ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe