The Indian Express
ଭୋପାଳ: ଅଭିନେତାରୁ ରାଜନେତା ବନିଥିବା ସନ୍ନି ଦେଓଲଙ୍କ ପାଇଁ ଫ୍ୟାନ୍ମାନେ ପାଣ୍ଠି ଦେଉଛନ୍ତି। ‘ଫ୍ୟାନ୍ସ ଅଫ୍ ସନ୍ନି ଦେଓଲ୍’ ନାମକ ଏକ ଫେସବୁକ୍ ପେଜ୍ ନାମରେ ସନ୍ନିଙ୍କ ପାଇଁ ତାଙ୍କ ପ୍ରଶଂସକମାନେ ଟଙ୍କା ଦେଉଛନ୍ତି। ଏହି ପେଜ୍ ଦ୍ବାରା ପ୍ରାୟ ୧୭୪,୬୪୪ ଟଙ୍କା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଏହି ଟଙ୍କା ସନ୍ନିଙ୍କ ନିର୍ବାଚନୀ ଖର୍ଚ୍ଚରେ ସାମିଲ ହୋଇଛି। ତେବେ ଏନେଇ ଗତ ୬ ତାରିଖରେ କଂଗ୍ରେସ ଦ୍ବାରା ଅଭିଯୋଗ ହେବାପରେ କମିସନ୍ଙ୍କ ପକ୍ଷରୁ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଉକ୍ତ ଫେସବୁକ୍ ପେଜ୍ର ଆଡମିନି ଏବଂ ସନ୍ନି ଦେଓଲଙ୍କୁ ମଧ୍ୟ ଏନେଇ ଏକ ନୋଟିସ୍ ଜାରି ହୋଇଛି। ଅଭିଯୋଗକାରୀ ହିମାଂଶୁ ପାଠକ ଦାବି କରିଛନ୍ତି ଯେ ସନ୍ନି ଦେଓଲ ଏହି ସୋସିଆଲ ମିଡିଆ ପେଜ୍ ସଂକ୍ରାନ୍ତରେ କମିସନ୍ଙ୍କୁ କିଛି ଅବଗତ କରାଇନାହାନ୍ତି।
Follow Us