ଆନ୍ଧ୍ରରେ ଟିଡିପି ବିଜୟୀ ହେବ: ନାଇଡ଼ୁ

Advertisment
ଆନ୍ଧ୍ରରେ ଟିଡିପି ବିଜୟୀ ହେବ: ନାଇଡ଼ୁ

ହାଇଦ୍ରାବାଦ୍‌ : ଆନ୍ଧ୍ର ପ୍ରଦେଶରେ ୨୫ ଆସନରୁ ୱାଇଏସ୍‌ଆର୍‌ କଂଗ୍ରେସ ୧୬ ଆସନରେ ବିଜୟୀ ହେବା ସମ୍ଭାବନା ଥିବା ଏକ୍‌ଜିଟ୍ ପୋଲ୍‌ରେ କୁହାଯାଇଛି। ଏଥର ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦଳକୁ ମାତ୍ର ୯ଟି ଆସନ ମିଳିବା ସମ୍ଭାବନା ରହିଛି। ତେବେ ନାଇଡ଼ୁ ଏହି ଆକଳରେ ଆଦୌ ବିଶ୍ବାସ କରିନାହାନ୍ତି। ନାଇଡ଼ୁ କହିଛନ୍ତି, ତାଙ୍କର ୧୦୦୦ ପ୍ରତିଶତ ବିଶ୍ବାସ ଅଛି ଯେ ରାଜ୍ୟରେ ଟିଡିପିର ହିଁ ବିଜୟ ହେବ। ଏଥିରେ ତାଙ୍କର ୦.୧ ପ୍ରତିଶତ ଅବିଶ୍ବାସ ନାହିଁ। ଆନ୍ଧ୍ରପ୍ରଦେଶରେ ଗତ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ୧୭୫ ବିଧାନସଭା ଏବଂ ୨୫ ଲୋକସଭା ଆସନ ପାଇଁ ଭୋଟ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe