ତେଜପ୍ରତାପଙ୍କ ଅଭିଯୋଗ, ଆରଜେଡି ପ୍ରାର୍ଥୀ ବିଜେପିର ପ୍ରତିନିଧି

Advertisment
ତେଜପ୍ରତାପଙ୍କ ଅଭିଯୋଗ, ଆରଜେଡି ପ୍ରାର୍ଥୀ ବିଜେପିର ପ୍ରତିନିଧି

ନୂଆଦିଲ୍ଲୀ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଆରଜେଡିରୁ ଦୂରେଇ ଯାଇ ନୂଆ ଦଳ ଗଠନ କରିଥିବା ବେଳେ ଆଜି ପୁଣିଥରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ପ୍ରାର୍ଥୀ ‌ସେଓହରରୁ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷେ ସେଓହ‌ର ଆସନରେ ଆରଜେଡି ଦେଇଥିବା ପ୍ରାର୍ଥୀ ବାସ୍ତବରେ ଜଣେ ବିଜେପି ପ୍ରତିନିଧି ବୋଲି ତେଜପ୍ରତାପ ଅଭି‌ଯୋଗ କରିଛନ୍ତି। ତେଜପ୍ରତାପ ଆରଜେଡିଠାରୁ ସେଓହର ଏବଂ ଜେହାନାବାଦ୍‌ ଆସନ ଦାବି କରିଥିଲେ ମଧ୍ୟ ଦଳ ପକ୍ଷରୁ ତାଙ୍କୁ ଏହି ଦୁଇଟି ଆସନ ମିଳିନଥିଲା। ଶେଷରେ ସେ ଦଳର ନିଷ୍ପତ୍ତିରେ ଉତ୍‌କ୍ଷିପ୍ତ ହୋଇ ‘ଲାଲୁ-ରାବ୍ରି ମୋର୍ଚ୍ଚା’ ଗଠନ କରିଥିଲେ। ଆଜି ପୁଣିଥରେ ତେଜପ୍ରତାପ କହିଛନ୍ତି ଆରଜେଡିର ସେଓହର ପ୍ରାର୍ଥୀ ସୟଦ ଫୟଜଲ ଅଲି ଜଣେ ବିଜେପି ପ୍ରତିନିଧି। ବିଜେପି ‌ନେତା କଥା କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ ନକ୍‌ଭିଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଅଛି। ତେଣୁ ତାଙ୍କୁ ପ୍ରାର୍ଥୀ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ତେବେ ‌ସେ କହିଛନ୍ତି ସେ ଆର‌ଜେଡି ବିରୋଧରେ କିମ୍ବା ନିଜ ପରିବାର ବିରୋଧରେ ସେ ଯାଉନାହାନ୍ତି। ଯାହା ବି ସେ କରୁଛନ୍ତି ସେସବୁ ପଛରେ ଏନ୍‌ଡିଏକୁ ହରାଇବା ଲକ୍ଷ୍ୟ ହିଁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe