ସଙ୍କଟ ବଢ଼ାଇଲେ ତେଜପ୍ରତାପ, କାର୍ଯ୍ୟାନୁଷ୍ଠାନ ପାଇଁ ଆର୍‌ଜେଡିର ପ୍ରସ୍ତୁତି

Advertisment

ଅନୁଶାସନ କମିଟିର ବୈଠକ୍‌ ଖୁବ୍‌ଶୀଘ୍ର

ଅନୁଶାସନ କମିଟିର ବୈଠକ୍‌ ଖୁବ୍‌ଶୀଘ୍ର

ସଙ୍କଟ ବଢ଼ାଇଲେ ତେଜପ୍ରତାପ, କାର୍ଯ୍ୟାନୁଷ୍ଠାନ ପାଇଁ ଆର୍‌ଜେଡିର ପ୍ରସ୍ତୁତି

ପାଟନା: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବିଦ୍ରୋହ ଏବଂ ଦଳ ଓ ପରିବାର ବିରୋଧୀ କାର୍ଯ୍ୟକଳାପ ଏବେ ବଡ଼ ସଙ୍କଟ ସୃଷ୍ଟି କରିଛି। ତେଜପ୍ରତାପଙ୍କୁ ନେଇ ବିହାର ମହାମେଣ୍ଟରେ ଫାଟ ବଢ଼ୁଥିବା ବେଳେ କର୍ମୀ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏବେ ପରିସ୍ଥିତି ଅଣାୟତ୍ତ ହୋଇଉଠିଥିବାରୁ ତେଜ ପ୍ରତାପଙ୍କ ବିରୋଧରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବେ ଆର୍‌ଜେଡି ପ୍ରସ୍ତୁତ ହେଉଛି। ଏଥିପାଇଁ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ସହ ପୁଅ ତେଜସ୍ବୀ ଯାଦବ ଏବଂ ଅନ୍ୟ ନେତାମାନେ ଆଲୋଚନା କରିବେ ବୋଲି କୁହାଯାଉଛି। ଦଳର ଅନୁଶାସନ କମିଟିର ବୈଠକ୍‌ ଖୁବ୍‌ଶୀଘ୍ର ଡକାଯିବ ଏବଂ ଏହି ବୈଠକରେ ତେଜପ୍ରତାପଙ୍କ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଦଳୀୟ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି।

ଆର୍‌ଜେଡି ଛାଡ଼ି ବିଏସ୍‌ପିରେ ସାମିଲ ହୋଇଥିବା ପୂର୍ବ କେନ୍ଦ୍ର ମନ୍ତ୍ରୀ ଅଲି ଅସରଫ୍‌ ଫାତମୀ କହିଛନ୍ତି ଯେ ଆରଜେଡିର ଆଭନ୍ତରୀଣ ସ୍ଥିତି ଅତ୍ୟନ୍ତ ଖରାପ ରହିଛି ଏବଂ ତେଜପ୍ରତାପଙ୍କ ଦଳ ବିରୋଧୀ କାର୍ଯ୍ୟ ପ୍ରତି ନେତାମାନେ ଆଖି ବୁଜି ଦେଇଛନ୍ତି। ଦଳର ଅନ୍ୟ କେତେକ ବରିଷ୍ଠ ନେତା ନିଜ ନାମ ଗୋପନ ରଖି କହିଛନ୍ତି ଯେ ପରିବାରର କନ୍ଦଳ ଏବେ ଦଳକୁ ଆକ୍ରାନ୍ତ କରିଥିବାରୁ ଏହାର ଭରପୂର ଫାଇଦା ବିରୋଧୀ ନେଉଛନ୍ତି। ତେଜପ୍ରତାପଙ୍କ ପାଇଁ ୩ଟି ଲୋକସଭା ଆସନରେ ସଙ୍କଟ ଲାଗି ରହିଛି ବୋଲି ତେଜସ୍ବୀ ମଧ୍ୟ ସ୍ବୀକାର କରିଛନ୍ତି ଏବଂ ଖୁବ୍‌ଶୀଘ୍ର ଏ ବାବଦରେ ଦଳ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe