ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ମୋଦୀଙ୍କ ବିଜୟ ପାଇଁ ଏବେ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟିଛି। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମୋଦୀଙ୍କୁ ଫୋନ୍ କରି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜାପାନ୍ର ଓସାକାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାକ୍ଷାତ ହେବ ବୋଲି ଟ୍ରମ୍ପ୍ ମୋଦୀଙ୍କୁ କହିଛନ୍ତି। ଜୁନ୍ ୨୮-୨୯ରେ ଜି-୨୦ ସମ୍ମିଳନୀ ଅଛି। ଦ୍ବିପାକ୍ଷିକ ସମ୍ପର୍କ ଏବଂ ବୈଶ୍ବିକ ପ୍ରସଙ୍ଗରେ ଏହି ସମ୍ମିଳନୀରେ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାପାଇଁ ମଧ୍ୟ ଟ୍ରମ୍ପ୍ କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ୍ ମଧ୍ୟ ମୋଦୀଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଐତିହାସିକ ବିଜୟ ଭାରତର ବିକାଶ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି।
ମୋଦୀଙ୍କ ସହ କଥା ହେଲେ ଟ୍ରମ୍ପ୍
Advertisment
Follow Us