ଉତ୍ତର ପ୍ରଦେଶ, ତାମିଲନାଡ଼ୁର ଦୁଇଟି ଗ୍ରାମରେ ଭୋଟ୍‌ ବର୍ଜନ

Advertisment
ଉତ୍ତର ପ୍ରଦେଶ, ତାମିଲନାଡ଼ୁର ଦୁଇଟି ଗ୍ରାମରେ ଭୋଟ୍‌ ବର୍ଜନ

ଆଗ୍ରା : କେବଳ ନିର୍ବାଚନ ଆସିଲେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ଭୋଟରଙ୍କ ମନ ଜିଣିବାକୁ ବିଭିନ୍ନ ରାଜନୈତିକ ଦଳ ଚେଷ୍ଟା କରୁଛନ୍ତି। କିନ୍ତୁ ନିର୍ବାଚନ ସରିଗଲେ ସବୁ ପ୍ରତିଶ୍ରୁତି ପାସୋରି ଯାଉଛନ୍ତି। ନେତାଙ୍କ ଦ୍ବାରା କ୍ରମାଗତ ପ୍ରତାରଣାର ଶିକାର ଉତ୍ତରପ୍ରଦେଶ ଏବଂ ତାମିଲନାଡ଼ୁରେ ୨ଟି ଗାଁର ସମସ୍ତ ଭୋଟର୍‌ ‌ଆଜି ଭୋଟ୍‌ ବର୍ଜନ କରିଛନ୍ତି। ଉତ୍ତରପ୍ରଦେଶର ଫତେପୁର ସିକ୍ରି ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ନାଗ୍‌ଲା ମଙ୍ଗୋଲି କାଲା ଗ୍ରାମରେ ୬୦୦ରୁ ଅଧିକ ଭୋଟର ଆଜି ଭୋଟ୍‌ ବର୍ଜନ କରିଛନ୍ତି। ସେହିପରି ତାମିଲନାଡ଼ୁର ତିରୁଭଲ୍ଲୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ନାଗରାଗ କନ୍ଦିଗାଇ ଗ୍ରାମର ୫୦୦ ଭୋଟର ମଧ୍ୟ ଆଜି ଭୋଟ୍‌ ବର୍ଜନ କରିଛନ୍ତି। ଗ୍ରାମବାସୀଙ୍କ ମୌଳିକ ସୁବିଧା ସୁଯୋଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe