ଉତ୍ତରପ୍ରଦେଶ ରାଜନୀତି, ୭ ଭିଭିଆଇପି ଆସନରେ କଡ଼ା ମୁକାବିଲା

Advertisment
ଉତ୍ତରପ୍ରଦେଶ ରାଜନୀତି, ୭ ଭିଭିଆଇପି ଆସନରେ କଡ଼ା ମୁକାବିଲା

ଲକ୍ଷ୍ନୌ: ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବା‌ଚନ। ୭ ରାଜ୍ୟରେ ୫୧ଟି ଆସନ‌ରେ ଆସନ୍ତାକାଲି ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ଲୋକସଭାକୁ ସବୁଠୁ ଅଧିକ ଆସନ ଦେଉଥିବା ଉତ୍ତରପ୍ରଦେଶର ୧୪ଟି ଆସନରେ ମଧ୍ୟ ଭୋଟ୍‌ ଗ୍ରହଣ ହେବ। ଏହି ୧୪ ଟି ଆସନରୁ ୭ଟି ଆସନ ଅତୀବ ଗୁରୁତ୍ବପୂର୍ଣ୍ଣ। ଏଥିରେ ଆମେଥି ଏବଂ ରାଏବରେଲି ମଧ୍ୟ ଅଛି। ଏହି ପର୍ଯ୍ୟାୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ମହାରଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ତେବେ ୟୁପିରେ ମହାମେଣ୍ଟ କେତେକ ଆସନରେ କଂଗ୍ରେସକୁ ସମର୍ଥନ କରୁଥିବାରୁ ଏହା ବିଜେପି ପାଇଁ କଡ଼ା ଚ୍ୟାଲେଂଜ ହୋଇଛି । ୨୦୧୪ ନିର୍ବାଚନରେ ବିଜେପି ଏହି ୧୪ ଆସନରୁ ୧୨ଟିରେ ବିଜୟ ହାସଲ କରିଥିଲା। କିନ୍ତୁ ଏଥର ସପା-ବସପା ମହାମେଣ୍ଟ ବିଜେପିର ସଙ୍କଟ ବଢ଼ାଇ ଦେଇଛି। ବାହାରିଚ, ମୋହନଲାଲଗଞ୍ଜ, ସୀତାପୁର, କୈସରଗଞ୍ଜ, କୌଶମ୍ଭୀ, ବାନ୍ଦା ଏବଂ ଧଉରାହା ଲୋକସଭା ଆସନରେ ବିଜେପି ପାଇଁ କର ବା ମର ସ୍ଥିତି ଉପୁଜିଛି। ବାହରେଚ୍‌ରେ ବି‌‌ଜେପି ସପାକୁ ୨୦୧୪ ନିର୍ବାଚନରେ ୯୫,୫୯୦ ଭୋଟ୍‌ରେ ହରାଇଥିଲା କିନ୍ତୁ ଯଦି ସପା ଏବଂ ବସପାର ଭୋଟ୍‌ ମିଶିଯାଏ ତେବେ ଏହି ଆସନରେ ବିଜେପି ପ୍ରାର୍ଥୀ ଅକ୍ଷୟବର ଲାଲ୍‌ଙ୍କ ସଙ୍କଟ ବଢ଼ିଯିବ। ଅନ୍ୟପକ୍ଷେ ମୋହନଲାଲ୍‌ଗଞ୍ଜରେ ମହାମେଣ୍ଟ ସୁବିଧାଜନକ ସ୍ଥିତିରେ ରହିଛି। ଏହି ଆ‌ସନରେ ବିଜେପି ସାଂସଦ କୌଶଳ କିଶୋର ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢ଼ୁଥିବାବେଳେ ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ବିଏସ୍‌ପିର ସିଏଲ୍‌ ବର୍ମା। ୨୦୧୪ ଲୋକସଭା ନିର୍ବାଚନରେ କିଶୋର ବିଏସ୍‌ପି ପ୍ରାର୍ଥୀ ଆ‌ରକେ ଚୌଧୁରୀଙ୍କୁ ହରାଇଥିଲେ କିନ୍ତୁ ଏଥର ବସପା -ସପା ମେଣ୍ଟ ‌ହେବାପରେ ଏଥର ନିର୍ବାଚନ ଜିତିବା ତାଙ୍କ ପାଇଁ ଏତେଟା ସହଜସାଧ୍ୟ ହେବନି। ସେହିପରି କୌଶମ୍ଭିରେ ବିଜେପି ଏବଂ ସପା ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି। ୨୦୧୪ରେ ବିଜେପିର ବିନୋଦ କୁମାର ସୋନକାର ଏହି ସଂରକ୍ଷିତ ଆସନରୁ ନିର୍ବାଚନ ଜିତିଥିଲେ। ଏଥର ସେ ସପା ପ୍ରାର୍ଥୀ ଇନ୍ଦ୍ରଜିତ ସରୋଜଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ସୀତାପୁର, ବାନ୍ଦା, କୈସରଗଞ୍ଜ, ଏବଂ ଧଉରହରାରେ ମଧ୍ୟ ବିଜେପି ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଛି। କିନ୍ତୁ ସପା-ବସପା ମେଣ୍ଟ ସତ୍ତ୍ବେ ଲକ୍ଷ୍ନୌ, ଗୋନ୍ଦା, ଫୈଜାବାଦ୍‌, ବାରବାଙ୍କି, ଫତେପୁରରେ ବିଜେପିର ସ୍ଥିତି ଭଲ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe