ମହିଳା ଭୋଟର୍‌ଙ୍କ ଉଦ୍ଦେଶ୍ୟରେ ଭିଡିଓ ମେସେଜ୍‌ ଟ୍ବିଟ୍‌ କଲେ ରାହୁଲ

Advertisment
ମହିଳା ଭୋଟର୍‌ଙ୍କ ଉଦ୍ଦେଶ୍ୟରେ ଭିଡିଓ ମେସେଜ୍‌ ଟ୍ବିଟ୍‌ କଲେ ରାହୁଲ

Moneycontrol

ନୂଆଦିଲ୍ଲୀ: ଆଜି ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ମହିଳା ଭୋଟର୍‌ଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ୍‌ ଟ୍ବିଟ୍‌ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ମହିଳାମାନେ ଗୁରୁଦାୟିତ୍ବ ନିର୍ବାହ କରିଥିବା ଏବଂ ଅଧିକ ସଂଖ୍ୟାରେ ମହିଳା ଭୋଟର୍‌ ସେମାନଙ୍କ ମତଦାନ କରିଥିବାରୁ ରାହୁଲ ଆଜି ଏଥିପାଇଁ ମହିଳାମାନଙ୍କୁ ରାହୁଲ ସାଲ୍ୟୁଟ୍‌ କରିଛନ୍ତି । ରାହୁଲ ଏକ ଭିଡିଓ ଟ୍ବିଟ୍‌ କରି କହିଛନ୍ତି , ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ। ଆମ ମା’ ଏବଂ ଭଉଣୀମାନେ ଚଳିତ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି। ପ୍ରାର୍ଥୀ ଭାବେ ନୁହେଁ ବରଂ ଭୋଟର ଭାବେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି। ରାହୁଲ ମଧ୍ୟ ଏହି ଟ୍ବିଟ୍‌ ସହ ଏକ ୩୦ ସେକେଣ୍ଡ୍‌ର ଭିଡିଓ ପୋଷ୍ଟ୍‌ କରିଛନ୍ତି, ଯେଉଁଥିରେ ମହିଳା ଭୋଟରମାନେ ନିଜପାଇଁ ସମାନ ସୁଯୋଗ ଏବଂ ସମାନ ସମ୍ମାନ ଦାବି କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe