ରମ୍‌ଜାନ ପାଇଁ ଭୋଟ୍‌ ସମୟ ପରିବର୍ତ୍ତନ ହେବନାହିଁ: ଇସି

Advertisment
ଶେଷ ପର୍ଯ୍ୟାୟ ନିର୍ବାଚନ ଆଜି : ୬ ଲୋକସଭା, ୪୧ ବିଧାନସଭାରେ ମତଦାନ, ୧୦,୭୯୨ ବୁଥରେ ୯୫ ଲକ୍ଷ ଭୋଟର, ୪ଟି ବୁଥ୍‌ରେ ପୋଲିଂ ଅଧିକାରୀ ଦିବ୍ୟାଙ୍ଗ

India Today

ନୂଆଦିଲ୍ଲୀ: ରମଜାନ ମାସ ପାଇଁ ଭୋଟ୍‌ ଗ୍ରହଣ ସମୟରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ରମଜାନ ପାଇଁ ଭୋଟ୍‌ ଗ୍ରହଣ ସମୟରେ ପରିବର୍ତ୍ତନ କରିବା ପାଇଁ ହୋଇଥିବା ଆବେଦନକୁ କମିସନ ଖାରଜ କରିଦେଇଛନ୍ତି। ଗତ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଏ ବାବଦ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ନିର୍ବାଚନ କମିସନଙ୍କୁ କହିଥିଲେ। କମିସନ ଏ ବାବଦ ସ୍ଥିତି ଅନୁଧ୍ୟାନ କରିବା ପରେ ରମ୍‌ଜାନ ପାଇଁ ଭୋଟ୍‌ ସମୟରେ ପରିବର୍ତ୍ତନର କିଛି ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଆଜିଠାରୁ ରମଜାନ ମାସ ଆରମ୍ଭ ହେଉଥିବା ବେଳେ ଆଜି ପଂଚମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି ଏବଂ ଆଉ ୨ଟି ପର୍ଯ୍ୟାୟରେ ମତଦାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe