ରାହୁଲଙ୍କ ଇସ୍ତଫାକୁ ସିଡବ୍ଲୁସିର ପ୍ରତ୍ୟାଖ୍ୟାନ, ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ନିଷ୍ପତ୍ତି

Advertisment
ରାହୁଲଙ୍କ ଇସ୍ତଫାକୁ ସିଡବ୍ଲୁସିର ପ୍ରତ୍ୟାଖ୍ୟାନ, ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ନିଷ୍ପତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ବଡ଼ ବିପର୍ଯ୍ୟୟ ପରେ ଦଳ ସଭାପତି ରାହୁଲ ଗାନ୍ଧୀ ଆଜି ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ତେବେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ରାହୁଲଙ୍କ ଇସ୍ତଫାକୁ ଖାରଜ କରିଦେଇଛନ୍ତି। ଆଜି ସିଡବ୍ଲୁସିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଦଳର ପରାଜୟର କାରଣ ଏବଂ ଭବିଷ୍ୟତ ରଣନୀତି ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ଦଳର ମୁଖପାତ୍ର ରଣଦୀପ ସୁର୍ଯେୱାଲା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦଳର ସଭାପତି ପଦରୁ ଇସ୍ତଫା ଦେବାପାଇଁ ରାହୁଲଙ୍କ ପ୍ରସ୍ତାବକୁ ଦଳ ପ୍ରତ୍ୟାଖ୍ୟାନ କରିଛି। ଦଳରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ପାଇଁ ରାହୁଲ ଗାନ୍ଧୀଙ୍କୁ ଅଧିକୃତ କରାଯାଇଛି। ଦଳ ପ୍ରତିକୂଳ ପରିସ୍ଥିତିରେ ଏବେ ରାହୁଲଙ୍କ ନେତୃତ୍ବ ଅଧିକ ଆବଶ୍ୟକ କରୁଥିବାରୁ ତାଙ୍କୁ ଦଳକୁ ଶକ୍ତିଶାଳୀ କରିବା ପାଇଁ ବଡ଼ ନିଷ୍ପତ୍ତି ନେବାକୁ ଅଧିକୃତ କରାଯାଇଥିବା ସୁର୍ଯେୱାଲା କହିଛନ୍ତି। କଂଗ୍ରେସ ୨୦୧୯ର ଜନାଦେଶକୁ ବିନମ୍ରତାର ସହ ଗ୍ରହଣ କରୁଛି ଏବଂ ଏହା ସକରାତ୍ମକ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ସିଡବ୍ଲୁସି ଦେଶର ୧୨.୧୩ କୋଟି ସଚେତନ ଭୋଟର୍‌, ଯେଉଁମାନେ କଂଗ୍ରେସକୁ ଭୋଟ୍‌ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ଦେଶର ସମସ୍ୟାଗୁଡ଼ିକୁ ନେଇ ସରକାରଙ୍କ ଉତ୍ତରଦାୟିତ୍ବ ସୁନିଶ୍ଚିତ କରାଯିବ ବୋଲି ସୁର୍ଯେୱାଲା କହିଛନ୍ତି।

ସିଡବ୍ଲୁସିର ପ୍ରସ୍ତାବରେ କୁହାଯାଇଛି ଯେ ଦଳ ଏବେ ସମ୍ମୁଖୀନ ହୋଇଥିବା ଚ୍ୟାଲେଂଜ ଏବଂ ବିଫଳତାକୁ ଗ୍ରହଣ କରୁଛି। ଅଧ୍ୟକ୍ଷଙ୍କୁ ସାଂଗଠନିକ ଢାଞ୍ଚାରେ ଆମୂଳଚୁଳ ପରିବର୍ତ୍ତନ ପାଇଁ କ୍ଷମତାପନ୍ନ କରାଯଇଛି ବୋଲି ଏଥିରେ କୁହାଯାଇଛି। ବୈଠକରେ ରାହୁଲ କହିଥିଲେ ଯେ ନିର୍ବାଚନରେ ପରାଜୟ ପାଇଁ ସେ ଦାୟୀ, ଏଥିପାଇଁ ସେ ଇସ୍ତଫା ଦେବାକୁ ଚାହୁଛନ୍ତି।ତେବେ ସିଡବ୍ଲୁସି ରାହୁଲଙ୍କ ଏହି ପ୍ରସ୍ତାବକୁ ଖାରଜ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe