ଆମେଥିରେ ଆଲୋଡ଼ନ: ସ୍ମୃତିଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

Advertisment

ଶବକୁ କାନ୍ଧ ଦେଲେ ସ୍ମୃତି, ରାଜନୈତିକ ଶତ୍ରୁତା ପାଇଁ ହତ୍ୟା: ପରିବାର

ଶବକୁ କାନ୍ଧ ଦେଲେ ସ୍ମୃତି, ରାଜନୈତିକ ଶତ୍ରୁତା ପାଇଁ ହତ୍ୟା: ପରିବାର

ଆମେଥିରେ ଆଲୋଡ଼ନ: ସ୍ମୃତିଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ଆମେଥି: ଆମେଥିରୁ ନବ ନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ସୁରେନ୍ଦ୍ର ପ୍ରତାପ ସିଂହଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ହତ୍ୟାକୁ ନେଇ ଆମେଥିରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆଜି ଅପରାହ୍ନରେ ସ୍ମୃତି ଇରାନୀ ଦିଲ୍ଲୀରୁ ଆମେଥି ଗସ୍ତ କରି ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ସୁରେନ୍ଦ୍ରଙ୍କ ହତ୍ୟାକାରୀମାନଙ୍କୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି ସ୍ମୃତି ଆଶ୍ବାସନା ଦେଇଛନ୍ତି। ଘନିଷ୍ଠ ସହଯୋଗୀଙ୍କୁ ହରାଇ ସ୍ମୃତି କାନ୍ଦି ପକାଇଥିଲେ ଏବଂ ଶବକୁ କାନ୍ଧ ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ସୁରେନ୍ଦ୍ର ସିଂହଙ୍କ ଶବଯାତ୍ରାରେ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ ମହଜୁଦ ଥିଲେ। ସୁରେନ୍ଦ୍ରଙ୍କ ପରିବାର ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା କହିଛନ୍ତି। ଆଜି ସୁରେନ୍ଦ୍ରଙ୍କ ପୁଅ ଅଭୟ ଅଭିଯୋଗ କରିଛନ୍ତି ଯେ ସ୍ମୃତିଙ୍କ ବିଜୟ ପରେ ସେମାନେ ଗ୍ରାମରେ ଉତ୍ସବ ମନାଇଥିବାରୁ ଏହାକୁ କଂଗ୍ରେସ କର୍ମୀମାନେ ବିରୋଧ କରିଥିଲେ। ରାଜନୈତିକ ଶତ୍ରୁତା ଯୋଗୁଁ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭୟ କହିଛନ୍ତି। ଦୁଇ ଦିନ ଭିତରେ ଏହି ହତ୍ୟାକାଣ୍ଡର ସମସ୍ତ ରହସ୍ୟ ଉନ୍ମୋଚିତ ବୋଲି ତଦନ୍ତକାରୀ ପୁଲିସ ଅଫିସର କହିଛନ୍ତି। ତେବେ ଏହି ହତ୍ୟା ପଛରେ ସ୍ଥାନୀୟ କଂଗ୍ରେସ ନେତାଙ୍କ ହାତ ରହିଥିବା ଅଭିଯୋଗ ହୋଇଥିବାରୁ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଗଡ଼ ଆମେଥିରେ ସ୍ମୃତିଙ୍କ ବିଜୟ ପାଇଁ ସୁରେନ୍ଦ୍ର ଗୁରୁଦାୟିତ୍ବ ନିର୍ବାହ କରିଥିଲେ। ପୂର୍ବରୁ ବରୋଲିଆ ଗ୍ରାମ ମୁଖିଆ ରହିଥିବା ସୁରେନ୍ଦ୍ରଙ୍କୁ ସ୍ଥାନୀୟ କଂଗ୍ରେସ ନେତାମାନେ ଘୋର ବିରୋଧ କରିଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe