ଆରଜେଡିରେ ଫାଟ

Advertisment
ଆରଜେଡିରେ ଫାଟ

Swarajya

ପାଟନା: ୨୦୧୯ ଲୋକସଭା ନିର୍ବାଚନରେ ବିହାରର ୪୦ ଲୋକସଭା ଆସନରୁ ଆରଜେଡି ଗୋଟିଏ ହେଲେ ଆସନରେ ବିଜୟ ହାସଲ କରି ପାରିନଥିବାରୁ ଏହାକୁ ନେଇ ଦଳୀୟ କନ୍ଦଳ ଦେଖାଦେଇଛି। ଲାଲୁଙ୍କ ଅନୁପସ୍ଥିତିରେ ଆରଜେଡିକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଆରଜେଡିରେ ଏବେ ଫାଟ ଦେଖା‌ଦେବା ଆରମ୍ଭ କଲାଣି। ତେଜସ୍ବୀଙ୍କ ନେତୃତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଲାଲୁଙ୍କ ଅନୁପସ୍ଥିତିରେ ‌ତେଜସ୍ବୀ ଦଳର ସଠିକ୍‌ ନେତୃତ୍ବ ନେଇ ପାରିଲେନି। ସେପଟେ ତେଜପ୍ରତାପ ଯାଦବ ମଧ୍ୟ ଆର‌ଜେଡିରୁ ଦୂରେଇ ଯାଇ ନିଜସ୍ବ ଦଳ ଗଢ଼ିଲେ। ଏହାର ପ୍ରଭାବ ଦଳ ଉପରେ ପଡ଼ିଥିବା କୁହାଯାଉଛି। ଏଭଳି ଏକ ପରିସ୍ଥିତିରେ ଜଣେ ଆରଜେଡି ବିଧାୟକ ମହେଶ୍ବର ଯାଦବ ଦାବି କରିଛନ୍ତି, ‌ତେଜସ୍ବୀ ଯାଦବ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେଇଦେବା ଉଚିତ୍‌। ଚଳିତ ଲୋକସଭା ନିର୍ବାଚନ‌‌ରେ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟକୁ ରାଜ୍ୟରେ ଶାସକ ଦଳ ଏନ୍‌ଡିଏ ଓପାଡ଼ି ଫୋପାଡ଼ି ଦେଇଥିବାରୁ ‌ତେଜସ୍ବୀ ଏବେ ନିଜ ଆଡ଼ୁ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଦେବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe