ଚର୍ଚ୍ଚାରେ ମୋଦୀଙ୍କ ‘ମିଳିତ ସରକାର’ ମନ୍ତବ୍ୟ

Advertisment
ଚର୍ଚ୍ଚାରେ ମୋଦୀଙ୍କ ‘ମିଳିତ ସରକାର’ ମନ୍ତବ୍ୟ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ୨୦୧୪ର ସଫଳତାକୁ ଦୋହରାଇବା ସମ୍ଭବ ନୁହେଁ ବୋଲି ଅନେକ ବିଜେପି ନେତା ଖୋଲାଖୋଲି ବୟାନ ଦେଉଥିବା ବେଳେ ‘ମିଳିତ ସରକାର’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବୟାନ ଏବେ ଚର୍ଚ୍ଚାରେ ରହିଛି। ବିଜେପିର ଗୁଜରାଟ ଶାଖା ପକ୍ଷରୁ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀଙ୍କ ମିଳିତ ସରକାର ବାବଦରେ ମତ ପ୍ରକାଶ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି- ବିଜେପିକୁ ମିଳିତ ସରକାର ଚଳାଇବାର କଳା ବେଶ୍‌ ଭଲ ଭାବେ ଜଣା। ଦଳର ସାଂଗଠନିକ କାର୍ଯ୍ୟ କଲା ବେଳେ ମୁଁ ବିଭିନ୍ନ ରାଜ୍ୟରେ ସହଯୋଗୀ ଦଳମାନଙ୍କ ସହିତ କାମ କରିଛି। ଦେଶରେ ସବୁଠାରୁ ଭଲ ମେଣ୍ଟ ସରକାର ଚଳାଇ ଅଟଳ ବିହାରୀ ବାଜପେୟୀ ଉଦାହରଣ ସୃଷ୍ଟି କରିଥିଲେ। ମୋଦୀଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଜେପିକୁ ବହୁମତ ନ ମିଳିବା ସ୍ଥିତିରେ ଏହା ନୂଆ ମେଣ୍ଟ ସରକାର ପାଇଁ ପ୍ରଧାନମନ୍ତ୍ରୀଙ୍କ ସଙ୍କେତ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe