ଜେଲ୍‌ରୁ ହିଁ ସବୁ ଚାଲ୍‌ ଚଳାଇଛନ୍ତି ଲାଲୁ

Advertisment
ଜେଲ୍‌ରୁ ହିଁ ସବୁ ଚାଲ୍‌ ଚଳାଇଛନ୍ତି ଲାଲୁ

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମ‌ୋ ଲାଲୁ ପ୍ରସାଦ ଯାଦବ ଜେଲ୍‌ରେ ଥାଇ ମଧ୍ୟ ଦଳର ସମସ୍ତ ନିର୍ବାଚନୀ କାର୍ଯ୍ୟ ପରିଚାଳନା କରିଛନ୍ତି। ନିର୍ବାଚଚ ତାରିଖ ଘୋଷଣା ପୂର୍ବରୁ ଲାଲୁ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥି‌‌ଲେ। କିନ୍ତୁ କୋର୍ଟ ଲାଲୁଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରିବାପରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଲାଲୁ କିନ୍ତୁ ଚୁପ୍‌ ବସିନାହାନ୍ତି। ଜେଲ୍‌‌ରେ ରହି ସେ ସାନ ପୁଅ ପୁଅ ତେଜସ୍ବୀ ଯାଦବଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଛନ୍ତି। ତେଜସ୍ବୀଙ୍କ ନେତୃତ୍ବରେ ଆରଜେଡି ନିର୍ବାଚନୀ କାର୍ଯ୍ୟ ପରିଚାଳନା କରୁଥିବ‌ା ବେଳେ ଲାଲୁ ଦଳର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜେଲ୍‌ର ନିୟମ ଅନୁଯାୟୀ ଜଣେ କଏଦୀ ପ୍ରତି ଶନିବାର ୩ ଜଣଙ୍କୁ ଭେଟିପାରିବେ। ତେବେ ଗତ ୩୨ ସପ୍ତାହ ମଧ୍ୟରେ ଲାଲୁ ୯୬ ଜଣଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ମଧ୍ୟରେ ଶରଦ ଯାଦବ, କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା, ଆରଏଲଏସ୍‌ପି ଅଧ୍ୟକ୍ଷ ଉପେନ୍ଦ୍ର କୁସୱାହା, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝି ଏବଂ ଅନ୍ୟ ୧୨ ଜଣ ନେତା ଅଛନ୍ତି। ଏହି ସମୟରେ ତେଜସ୍ବୀ ଯାଦବ ଲାଲୁଙ୍କୁ ୧୦ ଥର ଭେଟିଥିବା ବେଳେ ବଡ଼ପୁଅ ତେଜପ୍ରତାପ ୨ ଥର ଭେଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe