ତ୍ରିପୁରାରେ ହିଂସା ଜାରି, ପୁଣି ୨ ମୃତ

Advertisment
ବାଲେଶ୍ୱର: ଚାଷ କରୁଥିବା ବେଳେ ଜମିରେ ଟଳି ପଡ଼ିଲେ ଚାଷୀ

ଅଗରତାଲା: ନିର୍ବାଚନ ଫଳାଫଳ ଆସିବାପରେ ତ୍ରିପୁରାରେ ଗତ ୪ ଦିନ ଧରି ଲାଗି ରହିଥିବା ହିଂସା ଏବେ ଉଗ୍ର ରୂପ ନେଇଛି। ଗତ ଶୁକ୍ରବାର ଦିନ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବାବେଳେ ଏବେ ପୁଣି ଆଉ ୨ ଜଣଙ୍କର ହିଂସା ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଜେପି କର୍ମୀ ଶିବୁ ଦାସ (୨୦) ଏବଂ ଜଣେ ମାଛ ବ୍ୟବସାୟୀ ଅପୁ ଦାସଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ ନିର୍ବାଚନ ଫଳାଫଳ ଆସିବା ପରେପରେ ଶାସକ ବିଜେପି ଦଳର କର୍ମୀମାନେ ସିପିଏମ୍‌ ଏବଂ କଂଗ୍ରେସ କର୍ମୀମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏବଂ ସଂଘର୍ଷ ଏବେ ଜୋରଦାର ହୋଇଛି। ହିଂସା ହେତୁ ସମୁଦାୟ ୩ ଜଣଙ୍କ ମୃତ୍ୟୁ ହୋଇଛି। ୧୫୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରାୟ ୩୦ଟି ଘର ଏବଂ ଅଫିସ୍‌ ଗୁଡ଼ିକୁ ଜାଳି ଦିଆଯାଇଥିବା ଜଣାପଡ଼ିଛି। ପୁଲିସ ଏନେଇ ୨୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ୬୪ ଜଣଙ୍କୁ ଗିରଫ କରିଛି। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଚେତାବନୀ ସତ୍ତ୍ବେ ରାଜ୍ୟରେ ହିଂସା ଥମିବାର ନାଁ ନେଉନି। ଅଗରତାଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe