ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ବଡ଼ ଧରଣର ବିବାଦ ଉପୁଜିଥିବା ଏବଂ ତାଙ୍କୁ ଗୃହ ମନ୍ତ୍ରାଳୟ ଜବାବ ଦାଖଲ ପାଇଁ ନୋଟିସ୍ କରିଥିବାରୁ ଏହି ମାମଲାର ଫଏସଲା ନହେବା ପର୍ଯ୍ୟନ୍ତ ତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକାଯିବାକୁ ଦାବି କରି ଆଜି ସୁପ୍ରିମ୍ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ରାହୁଲ ଗାନ୍ଧୀ ବ୍ରିଟିଶ୍ ନାଗରିକ ବୋଲି କେତେକ ଦସ୍ତାବିଜରେ ଉଲ୍ଲେଖ ଥିବା ଜଣାପଡ଼ିବା ପରେ ନିକଟରେ ଗୃହମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି କରାଯାଇ ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କୁହାଯାଇଥିଲା। ଆବେଦନକାରୀ ଜୟ ଭଗବାନ ଗୋୟଲ ଏବଂ ସିପି ତ୍ୟାଗୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ରାହୁଲ ବ୍ରିଟିଶ୍ ନାଗରିକତା ଗ୍ରହଣ କରିଥିବା ନେଇ ପ୍ରମାଣ ଥିବା ସତ୍ତ୍ବେ ନିର୍ବାଚନ କମିସନ କିମ୍ବା ଗୃହ ମନ୍ତ୍ରାଳୟ ଏ ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଉତ୍ତର ପ୍ରଦେଶର ଆମେଥି ଏବଂ କେରଳର ୱାୟନାଡ଼ରୁ ନିର୍ବାଚନ ଲଢ଼ୁଥିବା ରାହୁଲ ଗାନ୍ଧୀଙ୍କ ପ୍ରାର୍ଥିପତ୍ର ଏହି ଦୃଷ୍ଟିରୁ ନାକଚ ହେବା ଉଚିତ ଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us