ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସବୁବେଳେ ଖୋଲାଖୋଲି ଭାବେ ସମାଲୋଚନା କରୁ୍ଥିବା କ୍ୟାବିନେଟ୍ ମନ୍ତ୍ରୀ ତଥା ବିଜେପି ସହଯୋଗୀ ଦଳ ଏସ୍ବିଏସ୍ପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି) ମୁଖ୍ୟ ଓମ୍ ପ୍ରକାଶ ରାଜଭରଙ୍କୁ ଆଜି ୟୁପି କ୍ୟାବିନେଟ୍ରୁ ବହିଷ୍କାର କରାଯାଇଛି।। ପୂର୍ବ ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟ ବିପୁଳ ବିଜୟ ହାସଲ କରିବ ବୋଲି ମନ୍ତ୍ରୀ ରାଜଭର ଗତକାଲି ମତ ଦେବାପରେ ଯୋଗୀ ଆଜି ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମନ୍ତ୍ରୀ ରାଜଭରଙ୍କ ସହ ଏସ୍ବିଏସ୍ପିର ଅନ୍ୟ ୫ ଜଣ ନେତାଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ବହିଷ୍କୃତ ହୋଇଥିବା ସମସ୍ତ ନେତାମାନେ ବିଭିନ୍ନ କମିସନ୍ରେ ମନ୍ତ୍ରୀ ପାହ୍ୟାରେ ଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଭରଙ୍କ ସହ ଏସ୍ବିଏସ୍ପି ଦଳର ଅନ୍ୟ ନେତାମାନଙ୍କୁ ବହିଷ୍କାର କରିବାପାଇଁ ସୁପାରିସ କରିବାପରେ ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ ଏହାକୁୁ ଗ୍ରହଣ କରିନେଇଛନ୍ତି।
ମନ୍ତ୍ରୀଙ୍କୁ ବହିଷ୍କୃତ କଲେ ଯୋଗୀ
Advertisment
Follow Us