ହେଭିୱେଟ୍‌ ‌ଲଢ଼େଇ: ସମ୍ବଲପୁର ବିଧାନସଭା ଆସନରେ, ରାସେଶ୍ବରୀ, ଜୟନାରାୟଣ, ଅଶ୍ବିନୀ

Advertisment
ହେଭିୱେଟ୍‌ ‌ଲଢ଼େଇ: ସମ୍ବଲପୁର ବିଧାନସଭା ଆସନରେ, ରାସେଶ୍ବରୀ, ଜୟନାରାୟଣ, ଅଶ୍ବିନୀ

ସମ୍ବଲପୁର ବିଧାନସଭା ଆସନରେ ଏଥର ବିଜେପିର ପୁରୁଣା ମୁହଁ ଜୟନାରାୟଣ ମିଶ୍ରଙ୍କ ସହିତ ବିଜେଡିର ଡାକ୍ତରାଣୀ ପ୍ରାର୍ଥୀ ପ୍ରଫେସର ରାସେଶ୍ବରୀ ପାଣିଗ୍ରାହୀ ଓ ନିକଟରେ କଂଗ୍ରେସ‌ରେ ଯୋଗ ଦେଇଥିବା ବୁର୍ଲା ମେଡ଼ିକାଲ କଲେଜ (ଭିମ୍‌ସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀଙ୍କ ମଧ୍ୟରେ ଲଢେଇ ହେବ। ନିର୍ବାଚନ ରଣାଙ୍ଗନରେ ଗୁରୁ-ଶିଷ୍ୟ (ରାସେଶ୍ବରୀ-ଅଶ୍ବିନୀ) ଅବତୀର୍ଣ୍ଣ ହେବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ସମୟରେ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ମେଡ଼ିକାଲ କଲେଜରେ ପାଠ ପଢାଉଥିଲେ ଏ‌େବକାର ବି‌େଜଡି ବିଧାୟିକା ପ୍ରଫେସର ରାସେଶ୍ବରୀ ପାଣିଗ୍ରାହୀ। ତିନି ପ୍ରାର୍ଥୀ ସମ୍ବଲପୁର ଅଞ୍ଚଳରେ ଜଣାଶୁଣା ପରିଚିତ ନାମ। ଏଥର ଲୋକେ କାହାକୁ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe