Horoscope 2026 February 16: ଜାଣନ୍ତୁ ଆଜିର ରାଶିଫଳ

Advertisment

ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ମନ ସକାରାତ୍ମକ ରହିବ। ଅଫିସ କାମ ସହଜରେ ପୂରା କରିବେ। ଛାତ୍ରଛାତ୍ରୀ କ୍ୟାରିଅର ସମ୍ବନ୍ଧରେ ଶୁଭ ସୂଚନା ପାଇବେ। କୌଣସି ମାମଲାରେ ବୁଦ୍ଧି ଖଟାଇ ନିଷ୍ପତ୍ତି ନେବାକୁ ହେବ।

ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ମନ ସକାରାତ୍ମକ ରହିବ। ଅଫିସ କାମ ସହଜରେ ପୂରା କରିବେ। ଛାତ୍ରଛାତ୍ରୀ କ୍ୟାରିଅର ସମ୍ବନ୍ଧରେ ଶୁଭ ସୂଚନା ପାଇବେ। କୌଣସି ମାମଲାରେ ବୁଦ୍ଧି ଖଟାଇ ନିଷ୍ପତ୍ତି ନେବାକୁ ହେବ।

AJIRA RASIFALA

Horoscope today. Photograph: (sambad.in)

୧୬ ଫେବ୍ରୁଆରି ୨୦୨୬, ‌ସୋମବାର। ତିଥି: ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ। ନକ୍ଷତ୍ର: ଶ୍ରବଣା। ଚନ୍ଦ୍ର: ମକର। ଶରଣ, ମହାଶିବରାତ୍ରି (ବୈଷ୍ଣବ), ନଷ୍ଟଚନ୍ଦ୍ରୋପବାସ ଓ ନିଶା ପାଳନ। ସୂର୍ଯ୍ୟୋଦୟ: ୬ଟା୧୮, ସୂର୍ଯ୍ୟାସ୍ତ: ୫ଟା୪୨। ଘାତଚନ୍ଦ୍ର: ସିଂହ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୧୮ରୁ ୭ଟା୪୪, ଦିବା ୧୨ଟା୫୨ରୁ ୧ଟା୯, ଦିବା ୪ଟା୧୭ରୁ ୪ଟା୫୭, ସନ୍ଧ୍ୟା ୬ଟା୩୩ରୁ ୯ଟା୪, ରାତ୍ରି ୧୨ଟାରୁ ୨ଟା୫୬ ପର୍ଯ୍ୟନ୍ତ।

ମେଷ: ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ମନ ସକାରାତ୍ମକ ରହିବ। ଅଫିସ କାମ ସହଜରେ ପୂରା କରିବେ। ଛାତ୍ରଛାତ୍ରୀ କ୍ୟାରିଅର ସମ୍ବନ୍ଧରେ ଶୁଭ ସୂଚନା ପାଇବେ। ‌
ବୃଷ: କୌଣସି ମାମଲାରେ ବୁଦ୍ଧି ଖଟାଇ ନିଷ୍ପତ୍ତି ନେବାକୁ ହେବ। ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିବେ। ଜୀବନସାଥୀ ଆପଣଙ୍କୁ କୌଣସି ସାମଗ୍ରୀ ମାଗି ପାରନ୍ତି। ‌
ମିଥୁନ: କାମ ପୂରା କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଲେଖକ ସମାରୋହରେ ଅଂଶ ଗ୍ରହଣ କରିବେ। ‌
କର୍କଟ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଅସହାୟଙ୍କୁ ସାହାଯ୍ୟ କରିବେ। ଘର କାମରେ ବଡ଼ ଭାଇଙ୍କର ସହଯୋଗ ପାଇବେ। ରାଜନୈତିକ ସଭା ଆୟୋଜନ କରି ପାରନ୍ତି। 
ସିଂହ: ଜୀବନକୁ ବଢ଼ିଆ କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ଜୀବନସାଥୀ ସହିତ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।  
କନ୍ୟା: ଲକ୍ଷ୍ୟକୁ ଶୀଘ୍ର ପୂରା କରିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କୁ ସମ୍ମାନ କରିବେ। ଘରକୁ ବନ୍ଧୁଙ୍କ ଆଗମନରେ ଖୁସିର ପରିବେଶ ସୃ‌ଷ୍ଟି ହେବ। 
ତୁଳା: ଯେଉଁ କାମ ଆପଣଙ୍କୁ ଅଶାନ୍ତି କରି ଆସୁଥିଲା ସେଥିରେ ସଫଳତା ମିଳିବା ଯୋଗ ଅଛି। ଘରର ବଡ଼ଙ୍କର ବିଶେଷ ଧ୍ୟାନ ରଖିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରୁହନ୍ତୁ। 

ଆହୁରି ପଢ଼ନ୍ତୁ: FIDE Master: ଫିଡେ ମାଷ୍ଟର୍‌ ଟାଇଟଲ୍‌ ଜିତିଲେ ଓଡ଼ିଆ ପୁଅ ହର୍ଷିତ
ବିଛା: ବ୍ୟବସାୟରେ ବିକ୍ରି ବଢ଼ିବ। ଘର କିଣିବା ଲାଗି ଯୋଜନା କରୁଥିବା ବ୍ୟକ୍ତି ସଫଳ ହେବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟ ଭଲ। ପଦୋନ୍ନତିର ସୁଯୋଗ ଅଛି।  
ଧନୁ: ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ଅନ୍ୟ ବେପାରୀଙ୍କ ସହିତ ଡିଲ୍ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ରାଜନୀତି କାମରେ ଅଧିକ ରୁଚି ନେବେ। 
ମକର: କର୍ମଜୀବୀ ମହିଳା ଅଫିସରେ ପ୍ରୋତ୍ସାହନ ପାଇବେ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।
କୁମ୍ଭ: କୌଣସି ବ୍ୟକ୍ତିଙ୍କ ସହିତ କଥା ହୋଇ ଆପଣଙ୍କୁ ବହୁତ ଖୁସି ମିଳିବ। ମହତ୍ତ୍ବପୂର୍ଣ୍ଣ କାମ ଲାଗି କାହାରିକୁ ସାହାଯ୍ୟ ମାଗିବେ। ପ୍ରେମୀଯୁଗଳ ଦୂର ସ୍ଥାନକୁ ଯାଇ ପାରନ୍ତି। 
ମୀନ: କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। ନୂଆ ଜିନିଷ କିଣିବା ଲାଗି ବିଚାର କରିବେ। ସନ୍ଧ୍ୟାରେ ପରିବାର ସହିତ ଭଲ ସମୟ ଅତିବାହିତ କରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe