Horoscope 2026 February 3: ଜାଣନ୍ତୁ ଆଜିର ରାଶିଫଳ

Advertisment

ଚାକିରି ବୃତ୍ତିରେ କାମରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ନୂଆ ମଉକା ପାଇବେ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। ବିଦ୍ୟାର୍ଥୀଙ୍କର ମନ ଲେଖାପଢ଼ାରେ ଲାଗିବ। ତର୍କବିତର୍କ ଓ ସମସ୍ୟା ଠାରୁ ଦୂରରେ ରହନ୍ତୁ। ବିରୋଧୀ ପକ୍ଷ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ।

ଚାକିରି ବୃତ୍ତିରେ କାମରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ନୂଆ ମଉକା ପାଇବେ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। ବିଦ୍ୟାର୍ଥୀଙ୍କର ମନ ଲେଖାପଢ଼ାରେ ଲାଗିବ। ତର୍କବିତର୍କ ଓ ସମସ୍ୟା ଠାରୁ ଦୂରରେ ରହନ୍ତୁ। ବିରୋଧୀ ପକ୍ଷ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଚାକିରି ବୃତ୍ତିରେ କାମରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ନୂଆ ମଉକା ପାଇବେ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। ବିଦ୍ୟାର୍ଥୀଙ୍କର ମନ ଲେଖାପଢ଼ାରେ ଲାଗିବ। ‌
ବୃଷ: ତର୍କବିତର୍କ ଓ ସମସ୍ୟା ଠାରୁ ଦୂରରେ ରହନ୍ତୁ। ବିରୋଧୀ ପକ୍ଷ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ସମାଜରେ ଓକିଲଙ୍କର ପ୍ରସିଦ୍ଧି ବଢ଼ିବ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ‌
ମିଥୁନ: ଆପଣଙ୍କ ମନରେ ସକାରାତ୍ମକ ଭାବନା ଆସିବ। ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁର ସାହାଯ୍ୟ ନେବେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ରହିଛି। 
କର୍କଟ: ଏଭଳି ମାମଲାରେ ପ୍ରବେଶ କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର ନେବା ଦେବାର ନାହିଁ। ଅନୁଭବୀ ଲୋକଙ୍କ ମତ ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ। 

ଆହୁରି ପଢ଼ନ୍ତୁ: T20 Worldcup: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଡ୍ରାମା: ଶ୍ରୀଲଙ୍କା ଗଲା ପାକିସ୍ତାନ ଦଳ
ସିଂହ: ପାରିବାରିକ ଜୀବନରେ ମହତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ସରକାରୀ ଚାକିରିଆଙ୍କର ଅଫିସରେ କାମର ବୋଝ ଅଧିକ ରହିବ। ଶିକ୍ଷାର୍ଥୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ। 
କନ୍ୟା: ପରିବାର ପାଇଁ କିଛି ଭଲ କରିବାର ଦିନଟିଏ। ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ। ସମାଜରେ ଆପଣଙ୍କର ନାମ ହେବ। ସନ୍ଧ୍ୟାରେ ଜୀବନସାଥୀ ସହ ସମୟ ଅତିବାହିତ କରିବେ। 
ତୁଳା: ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାଇ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ବଡ଼ ଧନଲାଭ ହେବ। ଭ୍ରମଣ ସୁଖଦ ରହିବ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧ ବିଷୟରେ ଘର ଲୋକଙ୍କୁ ଜଣାଇବେ। ‌ 
ବିଛା: କୌଣସି ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ। ନୂଆ ଶକ୍ତିର ସହ କାମ କରନ୍ତୁ ଅଧୁରା କାମ ପୂରା ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ଆୟ ବ୍ୟୟର ସମନ୍ବୟ ବନି ରହିବ। 

ଆହୁରି ପଢ଼ନ୍ତୁ: Mission Shakti: କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ନୂଆ ୟୁନିଫର୍ମ, ପରିଚୟପତ୍ର
ଧନୁ: ପୂଜାପାଠରେ ସମୟ ବିତିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କୌଣସି ବଡ଼ ସଫଳତା ପାଇବେ। ବେପାର ପାଇଁ ଦିନଟି ଲାଭପ୍ରଦ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ। 
ମକର: କୌଣସି ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ। ଆପଣଙ୍କର ଚେଷ୍ଟା ଫଳଦାୟୀ ରହିବ। ଅଧିକାରୀମାନଙ୍କ ସହିତ ଆପଣଙ୍କ ବ୍ୟବହାରରେ ସାବଧାନତା ରଖିବା ଦରକାର। ‌ 
କୁମ୍ଭ: ଭାଗ୍ୟ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଜୀବନରେ ଲାଭର ଅବସର ପାଇବେ। ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଜୀବନସାଥୀ ଠାରୁ ଭଲ ଖବର ଶୁଣିବେ।‌ 
ମୀନ: ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ପାରିବାରିକ ବନ୍ଧୁ ଠାରୁ କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe