Horoscope 2026 January 19: ଜାଣନ୍ତୁ ଆଜିର ରାଶିଫଳ

Advertisment

ଅଫିସ କାମକୁ ସହଜରେ ପୂରା କରିବେ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବଢ଼ିଆ ରହିବ। ଔଷଧ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ। ‌

ଅଫିସ କାମକୁ ସହଜରେ ପୂରା କରିବେ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବଢ଼ିଆ ରହିବ। ଔଷଧ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ। ‌

AJIRA RASIFALA

Horoscope today. Photograph: (sambad.in)

୧୯ ଜାନୁଆରି ୨୦୨୬, ‌ସୋମବାର। ତିଥି: ମଘା ଶୁକ୍ଳ ପ୍ରତିପଦ। ନକ୍ଷତ୍ର: ଉତ୍ତରାଷାଢ଼ା। ଚନ୍ଦ୍ର: ମକର। ପଞ୍ଚଗ୍ରହକୂଟ, ଶରଣ। ସୂର୍ଯ୍ୟୋଦୟ: ୬ଟା୨୭, ସୂର୍ଯ୍ୟାସ୍ତ: ୫ଟା୨୬। ଘାତଚନ୍ଦ୍ର: ସିଂହ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୨୭ରୁ ୭ଟା୫୦, ଦିବା ୧୦ଟା୫୧ରୁ ୧ଟା୩, ଦିବା ୪ଟା୪ରୁ ୪ଟା୪୨, ସନ୍ଧ୍ୟା ୬ଟା୧୮ରୁ ୮ଟା୫୫, ରାତ୍ରି ୧୧ଟା୫୭ରୁ ୨ଟା୫୯ ପର୍ଯ୍ୟନ୍ତ।

ମେଷ: ଅଫିସ କାମକୁ ସହଜରେ ପୂରା କରିବେ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବଢ଼ିଆ ରହିବ। ଔଷଧ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ। ‌
ବୃଷ: ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ଇଂଜନିଅର୍‌ଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। ରାଜନେତା ବଡ଼ ଦାୟିତ୍ବ ପାଇବେ।‌
ମିଥୁନ: କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ନୂଆ ଅଭିଜ୍ଞତା ହାସଲ କରିବେ। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ମାଆଙ୍କର ଇଚ୍ଛା ପୂରା କରିବେ। ‌
କର୍କଟ: ଅଫିସରେ ଆପଣଙ୍କର ପ୍ରଶଂସା ହେବ। ଚାକିରି ଖୋଜୁଥିବା ଲୋକଙ୍କର ଆଶା ପୂରା ହୋଇପାରେ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ।‌

ଆହୁରି ପଢ଼ନ୍ତୁ: Iranian Protesters: ଆମେରିକାରେ ଇରାନ ତାତି: ବିଶ୍ବାସରେ ବିଷ ଦେଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଲେ ଇରାନବାସୀ
ସିଂହ: ପରିବାରରେ ଆପଣଙ୍କ ଭଲ କାମର ପ୍ରଶଂସା ହେବ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଭଲ ମଉକା ଅଛି। ମହିଳାଙ୍କ ଲାଗି ଦିନଟି ବହୁତ ଭଲ।
କନ୍ୟା: ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ବ୍ୟବସାୟରେ ଭଲ ଲାଭ ପାଇଁ ନୂଆ ଯୋଜନା କରିବେ। 
ତୁଳା: ବ୍ୟବସାୟରେ ବେଶୀ ଲାଭ ପାଇଁ ମନ ଲଗାଇ କାମ କରିବେ। ରାଜନୀତିରେ ଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତାପୂର୍ଣ୍ଣ ରହିବ। ଆମୋଦପ୍ରମୋଦରେ ମନ ଲାଗିବ। 
ବିଛା: କାହାରିକୁ ଦେଇଥିବା ଧାର ଫେରିପାଇବେ। କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିପାରେ। ପାରିବାରିକ ଝଞ୍ଜଟରୁ ମୁକ୍ତି ପାଇବେ। 
ଧନୁ: କାମରେ ଉତ୍ତମ ପରିଣାମ ପାଇବେ। ସନ୍ତାନର ଖୁସି ଦେଖି ଆପଣ ବି ଖୁସି ରହିବେ। ପରିବାରରେ ଆବଶ୍ୟକତାକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

ଆହୁରି ପଢ଼ନ୍ତୁ: Ganja Smuggling: ଚାଲାଣ ବେଳେ ମାଡ଼ି ବସିଲା ପୁଲିସ: ଗଂଜେଇ ସହ କାର, ନଗଦ ଟଙ୍କା ଜବତ
ମକର: ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ରହିବେ। ବେପାରରେ ଲାଭ ହେବ। ସାମାଜିକ ସମାରୋହରେ ଅଂଶ ଗ୍ରହଣ କରିବାର ମଉକା ପାଇବେ। 
କୁମ୍ଭ: କୌଣସି ବ୍ୟକ୍ତିଙ୍କ ସହ କଥା ହୋଇ ଖୁସି ହେବେ। ନିଜ ବ୍ୟବହାରରେ ଉନ୍ନତି ପାଇଁ ଚେଷ୍ଟା କରିବେ। ଭାବପ୍ରବଣ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆବଶ୍ୟକ ଥିଲେ ହିଁ ଖର୍ଚ୍ଚ କରନ୍ତୁ। 
ମୀନ: କିଛି କରି ଦେଖାଇବାର ସମୟ। ରଚନାତ୍ମକ କାର୍ଯ୍ୟରେ ଧନଲାଭ ହେବ। ସନ୍ତାନର ସାଙ୍ଗମାନଙ୍କ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପାରିବାରିକ ବାତାବରଣ ଆନନ୍ଦମୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe