Advertisment

Horoscope 2026 March 09: ଜାଣନ୍ତୁ ଆଜିର ରାଶିଫଳ

Advertisment

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ପ୍ରଭାବ ରହିବ। ନବବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଯିବାକୁ ବିଚାର କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଜୀବନରେ କିଛି ପରିବର୍ତ୍ତନ ଆସିପାରେ।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ପ୍ରଭାବ ରହିବ। ନବବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଯିବାକୁ ବିଚାର କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଜୀବନରେ କିଛି ପରିବର୍ତ୍ତନ ଆସିପାରେ।

AJIRA RASIFALA

Horoscope today. Photograph: (sambad.in)

୯ ମାର୍ଚ୍ଚ ୨୦୨୬, ‌ସୋମବାର। ତିଥି: ଚୈତ୍ର କୃଷ୍ଣ ଷଷ୍ଠୀ। ନକ୍ଷତ୍ର: ବିଶାଖା। ଚନ୍ଦ୍ର: ତୁଳା। ସ୍କନ୍ଦଷଷ୍ଠୀ ବ୍ରତ। ସୂର୍ଯ୍ୟୋଦୟ: ୬ଟା୩, ସୂର୍ଯ୍ୟାସ୍ତ: ୫ଟା୫୦। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୩ରୁ ୭ଟା୩୨, ଦିବା ୧୦ଟା୪୬ରୁ ୧ଟା୮, ଦିବା ୪ଟା୨୨ରୁ ୫ଟା୩, ସନ୍ଧ୍ୟା ୬ଟା୩୯ରୁ ୯ଟା୬, ରାତ୍ରି ୧୧ଟା୫୬ରୁ ୨ଟା୪୭ ପର୍ଯ୍ୟନ୍ତ।

ମେଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ପ୍ରଭାବ ରହିବ। ନବବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଯିବାକୁ ବିଚାର କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।  
ବୃଷ: ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ହୋଟେଲ ରେସ୍ତେରାଁ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ଜୀବନସାଥୀର ସହଯୋଗ ପାଇବେ।
ମିଥୁନ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଭଲ ମଉକା ଅଛି। ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଅତୀତରେ ଯାହାକୁ ସାହାଯ୍ୟ କରିଥିଲେ ତାଙ୍କ ପାଖରୁ ସାହାଯ୍ୟ ପାଇବେ। 
କର୍କଟ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆମୋଦପ୍ରମୋଦରେ ଅଧିକ ମନ ଲାଗିବ। ପରିବାରରେ ସୁଖ ଶାନ୍ତିର ପରିବେଶ ବଜାୟ ରହିବ। 
ସିଂହ: ପାରିବାରିକ ଅଶାନ୍ତି ଦୂର ହେବ। ସକାରାତ୍ମକ ଭାବନା ରଖନ୍ତୁ, କାମରେ ସଫଳତା ପାଇବେ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ପ୍ରେମ ଜୀବନ ମଧୁର ହେବ। 
କନ୍ୟା: ବ୍ୟବସାୟରେ ଉନ୍ନତି ହେବ। ଅଧିକାରୀଙ୍କ ଠାରୁ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। 
ତୁଳା: ଶିକ୍ଷାରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ରଖି ଆଗକୁ ବଢ଼ିବେ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିବେ। 
ବିଛା: ପାରିବାରିକ ଶ୍ରଦ୍ଧା ବଢ଼ିବ। ଶାନ୍ତ ମନରେ କାମ କରନ୍ତୁ ଶୀଘ୍ର ପୂରା ହେବ। ଆର୍ଥିକ ଚିନ୍ତା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ପାଠପଢ଼ାରେ ଶିକ୍ଷକଙ୍କର ସହଯୋଗ ପାଇବେ। 
ଧନୁ: କୌଣସି କାମରେ ଅଧିକ ପରିଶ୍ରମ କରିବେ। ନିଜ କାମରେ ଧ୍ୟାନକେନ୍ଦ୍ରିତ ରଖନ୍ତୁ। ଏକରୁ ଅଧିକ ଉତ୍ସରୁ ଲାଭର ଯୋଗ ଅଛି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। 
ମକର: ଅଧିକ ପରିଶ୍ରମ ସତ୍ତ୍ବେ ଲାଭର ପରିମାଣ କମ୍ ରହିବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଜୀବନସାଥୀ ଆପଣଙ୍କ କାମରେ ସନ୍ତୁଷ୍ଟ ରହିବେ। 
କୁମ୍ଭ: କୌଣସି କାମ ପୂରା କରିବା ପାଇଁ ବଡ଼ ଭାଇର ସହାୟତା ନେବାକୁ ପଡ଼ିପାରେ। ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଆପଣଙ୍କ ସଫଳତା ଲାଗି ଭଲ ଯୋଗ ଅଛି। 
ମୀନ: ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଇଂଜିନିଅରଙ୍କ ଲାଗି ଦିନଟି ଖୁବ୍ ଭଲ। ଭାଗୀଦାରିରେ କୌଣସି ଡିଲ୍ ଫାଇନାଲ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe