ମେଷ: ଆପଣ ବୁଦ୍ଧିର ସହ ସବୁ କାମ ସମ୍ଭାଳି ନେବେ। ଜୀବନସାଥୀ ସହିତ ତୀର୍ଥସ୍ଥାନକୁ ଯିବେ। ରୋଜଗାରର ଅବସର ମିଳିବ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।
ବୃଷ: ବାପା ମାଆଙ୍କର ସାହାଯ୍ୟ ଯୋଗୁଁ ବିଶେଷ କାମ ପୂରା ହେବ। ଜୀବନସାଥୀ ସହିତ ସଂପର୍କରେ ଭାରସାମ୍ୟ ବଜାୟ ରଖନ୍ତୁ। ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।
ଏହି ଖବର ପଢ଼ନ୍ତୁ: ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ
ମିଥୁନ: ଦିନଚର୍ଯ୍ୟାରେ ପରିବର୍ତ୍ତନ ହେବ। ପରିବାର ଲୋକଙ୍କ ପରାମର୍ଶ ଲାଭକରୀ ହେବ। ଭୌତିକ ସୁଖ ସୁବିଧା ବଢ଼ିବ। ଘନିଷ୍ଠ ବନ୍ଧୁ ସାହାଯ୍ୟ ମାଗିବେ। ବିଦ୍ୟାର୍ଥୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।
କର୍କଟ: ଜୀବନରେ ଖୁସି ହିଁ ଖୁସି ଆସିବ। ଅଫିସରେ ଆପଣଙ୍କ ବେଶଭୂଷାକୁ ପସନ୍ଦ କରିବେ। ସମାଜରେ ପ୍ରଶଂସାଭାଜନ ହେବେ। ଦାମ୍ପତ୍ୟ ଜୀବନ ଖୁସିଭରା ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ।
ସିଂହ: ବାପାମାଆଙ୍କ ସହ ଧର୍ମାନୁଷ୍ଠାନ ଯିବେ। ଶୁଭ ଖବର ପାଇବେ। ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
କନ୍ୟା: ଅଟକି ରହିଥିବା ଧନ ମିଳିପାରେ। ବେପାରରେ ଯୋଜନାବଦ୍ଧ କାମ କଲେ ଲାଭ ହେବ। ସାମାଜିକ କାର୍ଯ୍ୟରେ ଆଗୁଆ ରହିବେ। ଜରୁରୀ କାମରେ ସଫଳ ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।
ତୁଳା: ସନ୍ତାନସୁଖ ପ୍ରାପ୍ତ ହୋଇପାରେ। ଅଧିକାରୀବର୍ଗ ସହିତ କଥାବାର୍ତ୍ତା ବେଳେ ସାବଧାନ ରହନ୍ତୁ। ସହଯୋଗୀ ପ୍ରଭାବିତ ହେବେ। ପାରିବାରିକ ଦାୟିତ୍ବ ନିଭାଇବେ।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି
ବିଛା: ଭବିଷ୍ୟତ ପାଇଁ ବିଚାର ବିମର୍ଶ କରିବେ। ଆମଦାନି ବୃଦ୍ଧି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଲୋକଙ୍କ ସହଯୋଗ ମିଳିବା ଯୋଗୁଁ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।
ଧନୁ: କାମ ପାଇଁ ବଡ଼ ନିଷ୍ପତ୍ତି ନେଲେ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅସହାୟଙ୍କୁ ସହାୟତା କରିବେ। ଜୀବନସାଥୀ ସହ ହୋଟେଲରେ ମଧ୍ୟାହ୍ନ ଭୋଜନ କରିବେ।
ଏହି ଖବର ପଢ଼ନ୍ତୁ: ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ
ମକର: ଘରେ କୌଣସି ଧର୍ମାନୁଷ୍ଠାନ ଆୟୋଜନ ହୋଇପାରେ। ଅଧୁରା କାମ ପୂରା ହେବ। ଧନଲାଭର ଅବସର ପାଇବେ। ପିଲାର କୌଣସି ଫଇସଲାରେ ଅସହମତ ହୋଇପାରନ୍ତି। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: କର୍ମକ୍ଷେତ୍ରରେ ବାଦବିବାଦ ଲାଗିପାରେ। ପରିବାର ସହିତ ସଂପର୍କ ମଜଭୁତ ହେବ। ଅଫିସରେ ବରିଷ୍ଠଙ୍କ ସହଯୋଗ ପାଇବେ। ନୂଆ କାମ ଶିଖିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।
ମୀନ: ନୂଆ କାମର ଯୋଜନା କରିବେ। ବିଶେଷ ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପ୍ରିୟଜନଙ୍କ ସହିତ ଫୋନରେ ଦୀର୍ଘ ସମୟ ଧରି କଥା ହେବେ।
ଏହି ଖବର ପଢ଼ନ୍ତୁ: କୋଟିଏ ଟଙ୍କା ୩୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ