ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେ‌ଷ: ବ୍ୟବସାୟ ମାମଲାରେ ବନ୍ଧୁର ସାହାଯ୍ୟ ନେବେ। ନବ ବିବାହିତ ବ୍ୟକ୍ତି ବାହାରକୁ ବୁଲି ଯିବାର ଯୋଜନା କରିବେ। ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ ରହିବ। 
ବୃଷ: କୌଣସି କାମରେ ଅଧିକ ସମୟ ଲାଗିବା ଯୋଗୁଁ ଅନ୍ୟ କାମ ଅଧୁରା ରହିପାରେ। ଆପଣ ସାହାଯ୍ୟ ମାଗିବାରେ ସଂକୋଚ କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଜଣେ ଅନ୍ୟଜଣଙ୍କ ପ୍ରତି ସମ୍ମାନ ଅକ୍ଷୁଣ୍ଣ ରଖନ୍ତୁ। 
ମିଥୁନ: ନୂଆ ସମ୍ବନ୍ଧ ଆରମ୍ଭ କରିପାରନ୍ତି। କ୍ୟାରିଅର୍‌ ସମ୍ବନ୍ଧରେ ଗୁରୁଙ୍କଠାରୁ ପୂରା ସାହାଯ୍ୟ ପାଇବେ। ଆପଣଙ୍କୁ ବହୁରାଷ୍ଟ୍ରୀୟ କଂପାନିରେ ଚାକିରିର ସୁଯୋଗ ମିଳିବ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି। 
କର୍କଟ: ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଜୀବନସାଥୀ ସହିତ ସମ୍ବନ୍ଧ ଭଲ ହେବ। ପରିବାରରେ ପ୍ରସନ୍ନତାର ବାତାବରଣ ରହିବ।
ସିଂହ: ଆପଣଙ୍କ କ୍ଷମତା ଠାରୁ ଅଧିକ ଦାୟିତ୍ବ ନେଇପାରନ୍ତି। ପରିବାରରେ ମାଆର ପୂରା ସହଯୋଗ ପାଇବେ। ବିବାହିତ ବ୍ୟକ୍ତି ଉତ୍ତମ ମୁହୂର୍ତ୍ତ ଅତିବାହିତ କରିବେ। ଛାତ୍ରୀଙ୍କୁ କୌଣସି କାମରେ ଭଲ ଫଳ ମିଳିବ। 

କନ୍ୟା: ପାରିବାରିକ ଜୀବନରେ ଉତ୍ସାହଜନକ ପରିବେଶ ରହିବ। ପଡ଼ୋଶୀ ଆପଣଙ୍କ ଶୁଭ କାମରେ ସାହାଯ୍ୟ କରିବେ। ଲୋକଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। 
ତୁଳା: ଆପଣଙ୍କୁ ରୋଜଗାରର ଉଚିତ ଅବସର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକ୍ରିୟ ଭୂମିକା ନିର୍ବାହ କରିବେ। ଘରୋଇ ଜିନିଷ କିଣିବା ଲାଗି ବଜାରକୁ ଯିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। 

ବିଛା: ଅଫିସରେ ଅଯଥା ଚର୍ଚ୍ଚା କରନ୍ତୁ ନାହିଁ। ନୂଆ ପ୍ରୋଜେକ୍ଟରେ ବନ୍ଧୁର ସାହାଯ୍ୟ ନେଇପାରନ୍ତି। ଅଭିଜ୍ଞ ବ୍ୟକ୍ତିଙ୍କ ମତ ନେଇ ନିବେଶ କରନ୍ତୁ। 
ଧନୁ: କୌଣସି ବ୍ୟକ୍ତିଙ୍କ ଠାରୁ କିଛି ପାଇବାର ଆଶା ଅଧିକ ରହିବ। ଯାହା ବି କରୁଛନ୍ତି ନିଜ କ୍ଷମତା ବଳରେ କରନ୍ତୁ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। 
ମକର: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ସମାଜରେ ମାନସମ୍ମାନ ପାଇବେ। କୌଣସି ବନ୍ଧୁଙ୍କ ଘରେ ଆୟୋଜିତ ଉତ୍ସବକୁ ଯିବେ। ଆପଣଙ୍କ ବ୍ୟବହାରର ପ୍ରଶଂସା ହେବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। 
କୁମ୍ଭ: ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। ନିଜର ମତ ଅନ୍ୟମାନଙ୍କ ଆଗରେ ରଖନ୍ତୁ। କଲେଜରେ କୌଣସି କାମ ପାଇଁ ପୁରସ୍କାର ପାଇପାରନ୍ତି। ଅର୍ଥ ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। 
ମୀନ: ପରିବାରରେ ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ହେବ। ଆପଣ କମ୍ ସମୟରେ କାମ ପୂରା କରିନେବେ। ଅଫିସରେ ସ୍ଥିତି ଠିକ୍ ରହିବ। ଆପଣ ସାମାଜିକ ଗତିବିଧିରେ ସାମିଲ ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe