୧୫ ଡିସେମ୍ବର ୨୦୨୫, ସୋମବାର। ତିଥି: ପୌଷ କୃଷ୍ଣ ଏକାଦଶୀ। ନକ୍ଷତ୍ର: ଚିତ୍ରା। ଚନ୍ଦ୍ର: ତୁଳା। ସଫଳା ଏକାଦଶୀ (ସ୍ମାର୍ତ୍ତ), ମାସାନ୍ତ, ସର୍ଦ୍ଦାର ପଟେଲଙ୍କ ତିରୋଧାନ ଦିବସ। ସୂର୍ଯ୍ୟୋଦୟ: ୬ଟା୧୭, ସୂର୍ଯ୍ୟାସ୍ତ: ୫ଟା୬। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୧୭ରୁ ୭ଟା୩୮, ଦିବା ୯ଟା୧୦ରୁ ୧୧ଟା୨୦, ରାତ୍ରି ୭ଟା୪୪ରୁ ୧୦ଟା୩, ରାତ୍ରି ୨ଟା୪୬ରୁ ୩ଟା୩୯ ପର୍ଯ୍ୟନ୍ତ।
ମେଷ: ଅନୁଭବୀ ବ୍ୟକ୍ତିଙ୍କ ସାଙ୍ଗରେ ରହି ବହୁତ କିଛି ଶିଖିବାକୁ ପାଇବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ ବ୍ୟବସ୍ଥିତ ହେବ।
ବୃଷ: ଦିନଟି ବ୍ୟସ୍ତବହୁଳ ରହିବ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ ମନୋରଞ୍ଜନ ପାଇଁ ବାହାର କରିବେ। ପରିଶ୍ରମ ଅନୁରୂପ ପରିଣାମ ପାଇବେ। ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ।
ମିଥୁନ: ଧାର୍ମିକ ଅଥବା ସାମାଜିକ ଗତିବିଧିରେ ରୁଚି ବଢ଼ିବ। ପରିବାର ସହଯୋଗରେ ବ୍ୟକ୍ତିଗତ କାର୍ଯ୍ୟ ପୂରା ହୋଇଯିବ। ଘରର ବରିଷ୍ଠଙ୍କର ମାନ ସମ୍ମାନରେ ଅବହେଳା କରନ୍ତୁ ନାହିଁ।
କର୍କଟ: ବ୍ୟବସାୟରେ ଖୁବ୍ ସାବଧାନ ରହି କାମ କରିବାର ଆବଶ୍ୟକତା ଅଛି। ଛୋଟ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଘରକୁ ବନ୍ଧୁ ଆସିବେ।
ଆହୁରି ପଢ଼ନ୍ତୁ: Koraput: ବଳି ଦେବାକୁ ଉଦ୍ୟମ କରୁଥିଲା ମା, ଉଦ୍ଧାର କରି ଝିଅର ଜୀବନ ବଞ୍ଚାଇଲେ ସାହି ଲୋକେ
ସିଂହ: ନିକଟ ସଂପର୍କୀୟ ସହିତ ଥିବା ମତଭେଦ ଦୂର ହେବ। ଭାବନାର ବଶବର୍ତ୍ତୀ ନହୋଇ ଚତୁରତାରେ କାମ କରାଇ ନିଅନ୍ତୁ। ନୂଆ ଲୋକଙ୍କ ସହିତ ଯୋଡ଼ି କିଛି ନୂଆ ଶିଖିବେ।
ଆହୁରି ପଢ଼ନ୍ତୁ: Sonali Panda Husband Arrest: ସୋନାଲିଙ୍କ ବିରୋଧରେ ବି ଅଭିଯୋଗ କରିଥିଲେ ତାଙ୍କ ସ୍ୱାମୀ, ହେଲେ କାହା ଚାପରେ ଶ୍ରୀକ୍ଷେତ୍ରଙ୍କୁ ଗିରଫ କଲା ପୁଲିସ?
କନ୍ୟା: ବିଦେଶ ଯିବା ପାଇଁ ପ୍ରୟାସରତ ଲୋକ ଭଲ ଖବର ପାଇବେ। ସାମାଜିକ ଗତିବିଧିରେ ବିଶେଷ ଯୋଗଦାନ ରହିବ। ବୌଦ୍ଧିକ କ୍ଷମତା ପ୍ରୟୋଗ କରି ସକାରାତ୍ମକ ଫଳ ପାଇବେ।
ତୁଳା: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟାସ କରିବେ। ସରକାରୀ କର୍ମଚାରୀଙ୍କ ଲାଗି ଦିନଟି ଭଲ।
ବିଛା: ବିଶେଷ ବ୍ୟକ୍ତିଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟକୁ ଭଲଭାବେ କରିବେ। ମହତ୍ତ୍ବପୂର୍ଣ୍ଣ ବିଷୟରେ ବିଚାର ବିମର୍ଶ ହେବ। ଅନ୍ୟର ବ୍ୟକ୍ତିଗତ ମାମଲା ଠାରୁ ନିଜକୁ ଦୂରରେ ରଖନ୍ତୁ।
ଧନୁ: ଆପଣଙ୍କର ଆତ୍ବବିଶ୍ବାସ ପ୍ରତ୍ୟେକ ପରିସ୍ଥିତିରେ ପରିଶ୍ରମ କରିବାର କ୍ଷମତା ବଢ଼ାଇବ। ସମାଜରେ ମାନ ସମ୍ମାନ ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ସଫଳତା ଆଣିଦେବ।
ମକର: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଦୀର୍ଘ ସମୟ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଖାଆନ୍ତୁ। ଘରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ।
କୁମ୍ଭ: କାର୍ଯ୍ୟକୁ ନୂଆ ରୂପରେଖ ଦେବା ପାଇଁ ସୃଜନଶୀଳତା ପ୍ରଯୋଗ କରିବେ। ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ। ବ୍ୟବହାରରେ ସଂଯମ ରଖନ୍ତୁ।
ମୀନ: କାର୍ଯ୍ୟ କରିବା ପୂର୍ବରୁ ତା’ର ରୂପରେଖ ପ୍ରସ୍ତୁତ କରନ୍ତୁ, ଉଚିତ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ। ସମାଜରେ ଆଦର ସମ୍ମାନ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)