ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasi

ମେଷ: ଧୈର୍ଯ୍ୟଧରି କାମ କରିବେ। ଅଚାନକ ଧନଲାଭ ହୋଇପାରେ। ବନ୍ଧୁ ସହ ବୁଲି ଯିବାର ଯୋଜନା କରିବେ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ତିଆରି କରି ପଢ଼ନ୍ତୁ। 

ବୃଷ: ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ କରିବେ। ସକାରାତ୍ମକ ଭାବନା ସଫଳତା ଆଣିଦେବାରେ ସହାୟକ ହେବ।  ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ‌

ମିଥୁନ: ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ବ୍ୟାଙ୍କ୍‌ରେ ଋଣ ସମ୍ବନ୍ଧୀୟ କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବିବାହିତ ବ୍ୟକ୍ତି ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ‌
କର୍କଟ: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। ମାନ ସମ୍ମାନ ବଜାୟ ରଖିବା ଲାଗି ଆପଣଙ୍କୁ ସଂଘର୍ଷ କରିବାକୁ ହେବ। ସାହିତ୍ୟିକଙ୍କ ଲାଗି ଭଲ ଦିନଟିଏ। 

ସିଂହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବ୍ୟବସାୟୀ ଅନ୍ୟମାନଙ୍କୁ ନିଜ ମତରେ ସହମତ କରାଇନେବେ। ପାରିବାରିକ ଜୀବନ ସୁଖଦାୟକ ହେବ। ‌

କନ୍ୟା: ଜୀବନରେ କୌଣସି ନୂଆ ଖୁସିର ସଂକେତ ମିଳିପାରେ। ଇଂଜିନିଅର୍‌ଙ୍କୁ ଶୀଘ୍ର ଲାଭ ମିଳିବ। ଜୀବନସାଥୀଙ୍କ ସହ ନାଟକ ଦେଖିବାର ଯୋଜନା କରିବେ। 
ତୁଳା: ଅଫିସର କୌଣସି କାମରେ ବାଧା ଆସିପାରେ। ଭାଗୀଦାରିରେ କରୁଥିବା କାମରୁ ଲାଭ ମିଳିବ। ଆପଣଙ୍କର ବିଶେଷ ଗୁଣ ଲୋକମାନଙ୍କ ସମ୍ମୁଖକୁ ଆସିବ। 

ବିଛା: ଆପଣଙ୍କୁ ଚେଷ୍ଟାର ସକାରାତ୍ମକ ଫଳ ମିଳିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀଯୁଗଳ ଏକାଠି ସମୟ ଅତିବାହିତ କରିବେ। 

ଧନୁ: ବିଶେଷ କାମ ପ୍ରଥମେ ପୂରା କରିବାକୁ ଚେଷ୍ଟା କରିବେ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ। 
ମକର: ଆପଣ ଜରୁରୀ କାମରେ ସଫଳତା ପାଇବେ। ଅନ୍ତରଙ୍ଗ ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ‌ 

କୁମ୍ଭ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। 

ମୀନ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ। ନିଜ ମାନ ମର୍ଯ୍ୟାଦାର ଧ୍ୟାନ ରଖନ୍ତୁ। କାରବାରରେ ସ୍ଥିରତା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe