ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘରର ମୁରବିଙ୍କ ଠାରୁ ଆପଣଙ୍କୁ ପ୍ରେରଣା ମିଳିବ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଢ଼ିବ। ଆପଣଙ୍କ ବ୍ୟବହାରରେ ବଡ଼ ଲୋକ ଖୁସି ରହିବେ। 
ବୃଷ: କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ଆପଣଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ। ପ୍ରେମ ଜୀବନ ଭଲ ରହିବ। କାର୍ଯ୍ୟ ପୂରା କରିବା ଲାଗି ପିଲାମାନଙ୍କ ସାହାଯ୍ୟ ନେବେ।
ମିଥୁନ: ଘର ଲୋକଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ। ଆପଣଙ୍କୁ ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ। ସ୍ଥଗିତ କାମ ପୂରା ହୋଇଯିବ।
କର୍କଟ: ପଇସା ନେବାଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ବେପାରରେ ଉନ୍ନତି ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହେବ। 
ସିଂହ: ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସମ୍ପର୍କ ବିଷୟରେ ଘର ଲୋକଙ୍କୁ କହିବେ। ଗୃହିଣୀ ରୋଷେଇ ଘରେ ବ୍ୟସ୍ତ ରହିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। 

କନ୍ୟା: ସରକାରୀ କାମରେ ସମର୍ଥନ ପାଇବେ। ପ୍ରିୟ ବନ୍ଧୁ ଆପଣଙ୍କୁ ଖୁସି ଖବର ଶୁଣାଇବେ। କାରବାର ବଢ଼ାଇବା ଲାଗି ଆପଣଙ୍କୁ ଭଲ ସୁଯୋଗ ମିଳିବ।
ତୁଳା: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣଙ୍କ ଉନ୍ନତି ପାଇଁ ରାସ୍ତା ଖୋଲିବ। ବିବାଦଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ।

ବିଛା: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଜୀବନସାଥୀଙ୍କୁ ଖୁସି ରଖିବ। ଚାକିରିରେ ଉନ୍ନତି ହେବ।
ଧନୁ: ଓକିଲଙ୍କ ଲାଗି ଦିନଟି ଭଲ। ନୂଆ ମକଦ୍ଦମା ହାତକୁ ଆସିବ। ପ୍ରିୟ ବନ୍ଧୁର କଥାକୁ ଖରାପ ଭାବନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଭ‌ାବିଚିନ୍ତି ଖର୍ଚ୍ଚ କରନ୍ତୁ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ।
ମକର: ବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ। ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ। ଶିକ୍ଷାର୍ଥୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ। 
କୁମ୍ଭ: ଆପଣଙ୍କ ସମସ୍ୟାର ସମାଧାନ ସହଜରେ ହୋଇଯିବ। କୌଣସି ନୂଆ କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଆପଣ କଳାତ୍ମକ କାର୍ଯ୍ୟରେ ରୁଚି ରଖିବେ। 
ମୀନ: ନୂଆ ବ୍ୟବସାୟର ସଉଦା ପାଇଁ ସୁଯୋଗ ପାଇବେ। ଝିଅର ଶ୍ବଶୁର ଘରୁ ଖୁସି ଖବର ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe