ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟର ସାଧନ ବଢ଼ିବ। ଜମି ବ୍ୟବସାୟୀଙ୍କୁ ବଢ଼ିଆ ଜମି ଭଲ ଦାମରେ ମିଳିଯିବ। 

ବୃଷ: କ୍ୟାରିଅର ବିଷୟରେ ଭଲ ଖବର ପାଇବେ। ନିଜ ଠାରୁ ବଡ଼ଙ୍କର କଥା ଧ୍ୟାନ ଦେଇ ଶୁଣନ୍ତୁ। ବ୍ୟାବସାୟିକ କାରଣରୁ ପରିଶ୍ରମ ଓ ଯାତାୟାତ ବଢ଼ିବ। 

ମିଥୁନ: ଘରର ପରିବେଶ ଭଲ ରହିବ। ଶାରୀରିକ ଦୃଷ୍ଟିରୁ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ସମାଜରେ ଆପଣଙ୍କର ପ୍ରଶଂସା ହେ‌ବ। ବେପାରରେ ଲାଭ ହେବ। 
କର୍କଟ: ନିଜ କାମରେ ଅଧିକ ବ୍ୟସ୍ତ ରହିପାରନ୍ତି। କ୍ୟାରିଅରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 

ସିଂହ: ନିୟମିତ କାମରେ ମନ କମ୍‌ ଲାଗିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ଦାୟିତ୍ବ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। 

କନ୍ୟା: ଆପଣଙ୍କ ବ୍ୟାବସାୟିକ କୌଶଳରେ ଦ୍ରୁତ ପରିବର୍ତ୍ତନ ଆସିବ। ଆୟ ବଢ଼ାଇବା ପାଇଁ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। 
ତୁଳା: କାମର ବୋଝ ବଢ଼ିପାରେ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ନବବିବାହିତଙ୍କ ଜୀବନରେ ଖୁସି ବଢ଼ିବ। ଚାକିରିରେ ଦରମା ବଢ଼ିପାରେ। 

ବିଛା: ଅନ୍ୟମାନଙ୍କ ଉପରେ ଆପଣଙ୍କର ଭଲ ପ୍ରଭାବ ପଡ଼ିବ। ଘରର ଦରକାରୀ ଜିନିଷ କିଣିବା ପାଇଁ ସହରକୁ ଯିବେ। ଆପଣଙ୍କୁ ପରିଶ୍ରମର ପୁରସ୍କାର ମିଳିବ।
 
ଧନୁ: ଜୀବନସାଥୀର ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବେପାରରେ ଭଲ ଲାଭ ହେବ। କୌଣସି କାମରେ ଦୂରସ୍ଥାନକୁ ଯିବେ। 
ମକର: ଓକିଲଙ୍କ ଲାଗି ଦିନଟି ଭଲ। ପାରିବାରିକ ମାମଲା ଆପଣଙ୍କ ପକ୍ଷରେ ରହିବ। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।  

କୁମ୍ଭ: ନୃତ୍ୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିବା ପାଇଁ ଦିନଟି ଭଲ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରିୟଜନ ଆପଣଙ୍କୁ ବାହାରକୁ ବୁଲି ଯିବାକୁ କହିବେ। 

ମୀନ: କୌଣସି କାମ ସୁଖଦ ପରିଣାମ ନେଇ ଆସିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe