ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବଡ଼ ଡ଼ିଲ୍ କରିପାରନ୍ତି। ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଚାନକ କୌଣସି ବନ୍ଧୁ ଘରକୁ ଆସିବେ। 
ବୃଷ: ଆପଣଙ୍କର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାମାଜିକ ଓ ରାଜନୀତି କାର୍ଯ୍ୟରେ ମନ ଲାଗିବ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। 
ମିଥୁନ: ଧର୍ମକାର୍ଯ୍ୟରେ ଆପଣଙ୍କର ବିଶ୍ବାସ ବଢ଼ିବ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। 
କର୍କଟ: ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। କୌଣସି ଶୁଭ ଖବର ପାଇବେ। ବ୍ୟବସାୟ ଡ଼ିଲ୍ ପାଇଁ ରାଜ୍ୟ ବାହାରକୁ ଯିବେ। ପ୍ରତିଯୋଗୀ ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। 

ସିଂହ: ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ନୂଆ ଉତ୍ସରୁ ଧନଲାଭ ହେବ। ଚାକିରିଜୀବୀ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ବାହନ କିଣିବା ଲାଗି ଦିନଟି ଶୁଭ। 
କନ୍ୟା: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଉନ୍ନତି ନୂଆ ମାର୍ଗ ଖୋଲିବ। ବିବାହିତ ଜୀବନସାଥୀଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। 

ତୁଳା: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଅନ୍ୟମାନଙ୍କ ସହ କଥା କହିବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ। 
ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗକୁ ଢ଼ଳି ରହିବ। କୌଣସି ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିବେ। ଭଲ ଉଦ୍ୟୋଗରେ ସାକ୍ଷାତକାର ପାଇଁ ଖବର ଆସିବ। ପ୍ରେମ ଜୀବନ ଭଲ ରହିବ। 
ଧନୁ: ଅଫିସରେ ଅଧିକ ସମୟ କାମ କରନ୍ତୁ ଅଧୁରା କାମ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନରେ ମିଷ୍ଟତା ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶିକ୍ଷାର୍ଥୀ କୌଣସି ବରିଷ୍ଠଙ୍କର ପରାମର୍ଶ ନିଅନ୍ତୁ।‌ 
ମକର: ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ନୂଆ ବିଚାର ଆସିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। 
କୁମ୍ଭ: ନୂଆ ଲୋକଙ୍କ ସହ ବନ୍ଧୁତା ହେବ। ଆପଣଙ୍କ ମସ୍ତିଷ୍କରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ଚାକିରି ଖୋଜୁଥିବା ଯୁବକଙ୍କୁ ଶୁଭ ଖବର ମିଳିବ। 
ମୀନ: ବୟୋଜ୍ୟେଷ୍ଠଙ୍କ ସେବା କରନ୍ତୁ ଆର୍ଥିକ ସ୍ଥିତି ସୁଧିରିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe