ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ବାପାମାଆଙ୍କୁ ମନର କଥା କହିବେ। ପରିବାର ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ। ଦୂର ସଂଚାର ମାଧ୍ୟମରେ ଶୁଭ ସୂଚନା ପାଇବେ। 
ବୃଷ: ନକାରାତ୍ମକ ଚିନ୍ତାରୁ ନିବୃତ୍ତ ରହନ୍ତୁ। ସବୁ କାମ କରିବାରେ ସଫଳ ହେବେ। ଓକିଲଙ୍କ ଲାଗି ଦିନଟି ଉତ୍ତମ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। 
ମିଥୁନ: କାମ ପ୍ରତି ସମର୍ପିତ ରହିବା ଯୋଗୁଁ ସଫଳତା ଆଡ଼କୁ ଅଗ୍ରସର ହେବେ। ଅଭିଜ୍ଞ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଆଶ୍ବସ୍ତ କରିବ। ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାର ଯୋଜନା କରିବେ।
କର୍କଟ: କୌଣସି କାର୍ଯ୍ୟ ଆପଣଙ୍କୁ ନିର୍ଦ୍ଧାରିତ ସମୟ ଭିତରେ କରିବାକୁ ହେବ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ଅଯଥା କଥାରୁ ଦୂରରେ ରହନ୍ତୁ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। 

ସିଂହ: ମାନସିକ ଦ୍ବନ୍ଦ୍ବ ନିବାରଣ ହେବା ଯୋଗୁଁ ଆପଣ ପ୍ରସନ୍ନ ରହିବେ। ପୂରା ମନ ଲଗାଇ କାମ କରିବେ। ଆପଣଙ୍କୁ ନୂଆ ଅନୁଭବ ମିଳିବ। କୌଣସି ବନ୍ଧୁର ସହଯୋଗ ନେବେ।
କନ୍ୟା: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ସୃଜନଶୀଳ ବ୍ୟକ୍ତି ଖୁସି ଖବର ପାଇବେ। ବାଣୀ ଉପରେ ସଂଯମ ରଖନ୍ତୁ। 

ତୁଳା: ଜମି କିଣାବିକା କରିବାର ଥିଲେ ଭଲଭାବେ ଯାଞ୍ଚ ପରଖ କରି ନିଅନ୍ତୁ। ମନୋରଞ୍ଜନ ପାଇଁ ଯାତ୍ରାର କାର୍ଯ୍ୟକ୍ରମ ହେବ। ବିଦ୍ୟାର୍ଥୀଙ୍କର ଲାଗି ରହିଥିବା ବାଧା ଦୂର ହେବ।
ବିଛା: ଆମଦାନିରେ ଅଧିକ ଲାଭ ମିଳିବା ଯୋଗୁଁ ଭଲ ଅନୁଭବ କରିବେ। ଛାତ୍ରଛାତ୍ରୀ ଅଧ୍ୟୟନ ଏକାଗ୍ରତା ରଖିଲେ ଉଚିତ ପରିଣାମ ପାଇବେ। ଜୀବନସାଥୀଙ୍କ ସହ ସିନେମା ଦେଖିବେ। 
‌ଧନୁ: ଜମି ସମ୍ବନ୍ଧୀୟ ସମସ୍ୟା ବାରମ୍ବାର ଯା’ଆସ ପରେ ଦୂର ହୋଇଯିବ। ଚାକିରିରେ ଭଲ ଆୟ ହେବ। ସିଲେଇ କାମ କରୁଥିବା ଲୋକ ଗ୍ରାହକଙ୍କ ଠାରୁ ଭଲ ଲାଭ ପାଇବେ। 
ମକର: ଆପଣଙ୍କ ବ୍ୟବହାରରେ କିଛି ସୁଧାର ଆଣିବାର ଅଛି। ଆପଣଙ୍କର ତରବରିଆ ସ୍ବଭାବ ଲୋକମାନଙ୍କ ଲାଗି ସମସ୍ୟା ଉତ୍ପନ୍ନ କରିବ। ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତୁ। 
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। ଭୟଭୀତ ନହୋଇ ନିଜର ବୁଦ୍ଧି ଓ  କାର୍ଯ୍ୟଦକ୍ଷତା ଉପଯୋଗ କରନ୍ତୁ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। 
ମୀନ: ଚାକିରିଆଙ୍କ ଲାଗି ଦିନଟି ଭଲ। ପଦୋନ୍ନତି ବା ଦରମା ବୃଦ୍ଧି ହେବ। ଭାଇ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।

ଦୈନିକ ରାଶିଫଳ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe