ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଭାଗୀଦାରି ବେପାରରେ ଯଥେଷ୍ଟ ଲାଭ ପାଇବେ। ଇଂଜିନିଅର୍‌ ଓ ଲେଖକଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। 
ବୃଷ: କୌଣସି କଂପାନିର ସେୟାର କିଣିବା ଲାଗି ବିଶେଷଜ୍ଞଙ୍କର ପରାମର୍ଶ ନେଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ନୂଆ ବାଇକ୍ କିଣିବେ। ‌
ମିଥୁନ: କାର୍ଯ୍ୟରୁ ସମୟ ବାହାର କରି ପରିବାର ସହିତ ସମୟ କାଟିବେ। ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଜମି କିଣିବା ଲାଗି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିବେ। 
କର୍କଟ: ଆପଣଙ୍କ ବ୍ୟବହାର ବିନମ୍ର ରହିବ। କାରବାର ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। ପରିବାର ସହିତ କୌଣସି ସମାରୋହକୁ ଯିବେ। 

ସିଂହ: କୌଣସି ଶୁଭ ଖବର ପାଇବେ। ଅଧିକ ପରିଶ୍ରମ କରନ୍ତୁ, ଆପଣଙ୍କ କାମରେ ସଫଳତା ପାଇବେ। ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ପାଇବେ।

କନ୍ୟା: କୌଣସି ମନ୍ଦିର କାର୍ଯ୍ୟକ୍ରମକୁ ଯିବାର ଅବସର ପାଇବେ। ନୂଆ କାମ ପ୍ରତି ମନ ଆକର୍ଷିତ ହେବ। ବାପା ଆପଣଙ୍କ ବ୍ୟବସାୟରେ ସାହାଯ୍ୟ କରିବେ।
ତୁଳା: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବନ୍ଧୁ ମାଧ୍ୟମରେ ଭଲ ଚାକିରି ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ। 
ବିଛା: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ଅନ୍‌ଲାଇନ୍‌ରେ ବ୍ୟବସାୟ କରିବା ପାଇଁ ମନସ୍ଥ କରିବେ। 
ଧନୁ: ପ୍ଲାଷ୍ଟିକ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ନବବିବାହିତ ଦମ୍ପତି ଭଲ ଖବର ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ କଂପାନିରୁ ଡାକରା ଆସିବ। 
ମକର: ଧାର ଦେଇଥିବା ଅର୍ଥ ପାଇବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ରହିବ। 
କୁମ୍ଭ: ଅଫିସରେ ଆପଣଙ୍କ କାର୍ଯ୍ୟଶୈଳୀରେ ବିରୋଧୀ ପ୍ରଭାବିତ ହେବେ। ବେପାରରେ ଲାଭ ମିଳିବାର ଯୋଗ ଅଛି। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ। 
ମୀନ: ସରକାରୀ ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ଅଛି। ଚାକିରି ଖୋଜୁଥିବା ଲୋକ ଭଲ ଜାଗାରେ ଚାକିରି ପାଇବେ। ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ଭଲ ଡାକ୍ତରଙ୍କୁ ଦେଖାଇବେ।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe