ମେଷ: ଦିନଟି ଆପଣଙ୍କୁ ଉନ୍ନତି ଦେବ। କଠିିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବାପାମାଆ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚିନ୍ତା କରିବେ।
ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ବେପାରୀବର୍ଗକୁ ଧନଲାଭ ହେବ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ।
ମିଥୁନ: ସରକାରୀ କାମରେ ଆପଣ ସଫଳତା ପାଇବେ। ବାପାମାଆଙ୍କର ପରାମର୍ଶ ଲାଭଦାୟକ ହେବ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ଆୟବ୍ୟୟରେ ସମାନତା ରହିବ।
କର୍କଟ: ଆପଣଙ୍କ ଭିତରେ ସଫଳତା ଓ ଉଚ୍ଚପଦର ଇଚ୍ଛା ଜାଗ୍ରତ ହେବ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବ୍ୟବସାୟରେ ବେଶୀ ଲାଭ ପାଇଁ ଅଧିକ ଧ୍ୟାନ ଦେଇ କାମ କରନ୍ତୁ। ପ୍ରେମୀଯୁଗଳଙ୍କର ସମ୍ବନ୍ଧ ମଜଭୁତ ହେବ।
କନ୍ୟା: ବେପାରରେ ଉନ୍ନତିର ଲକ୍ଷଣ ଦିଶିବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଗୃହିଣୀମାନଙ୍କ ଲାଗି ଦିନଟି ଭଲ ରହିବ।
ତୁଳା: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ବେପାରରେ ଖୁବ୍ ଉନ୍ନତି ହେବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।
ବିଛା: ଆପଣଙ୍କୁ ଯେଉଁ ଦାୟିତ୍ବ ଆସିବ ତାକୁ ଭଲଭାବେ ନିର୍ବାହ କରିପାରିବେ। ପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ଆହୁରି ପଢ଼ନ୍ତୁ: Imran Khan Vs Pak Army : ଇମ୍ରାନ ଖାଁ ଜଣେ ପାଗଳ : ପାକ୍ ସେନା
ଧନୁ: କାମ କରିବା ସମୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଘର କିଣିବା ଲାଗି ବିଚାର କରିବେ।
ମକର: ଭାବିଥିବା କାମ ସଂପୂର୍ଣ୍ଣ ହେବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ଆହୁରି ପଢ଼ନ୍ତୁ: Poem by Pratap Kumar Panda: କବିତା ‘ପାଳିତ ଗରଳ’: ପ୍ରତାପ କୁମାର ପଣ୍ଡାଙ୍କ କଲମରୁ...
କୁମ୍ଭ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଖୁବ୍ ରୋଚକ ରହିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ମୀନ: କାହାରି ସହିତ ଦୁର୍ବ୍ୟବହାର କରନ୍ତୁ ନାହିଁ। ରାଜନେତାଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ଜୀବନ ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)