ମେଷ: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ନୂଆ ବ୍ୟବସାୟ ଆରମ୍ଭ କରିବାରେ ବଡ଼ଭାଇର ସହଯୋଗ ପାଇବେ। ବ୍ୟସ୍ତ ବହୁଳ ଜୀବନରୁ ପିଲାଙ୍କ ପାଇଁ ସମୟ ବାହାର କରନ୍ତୁ।
ବୃଷ: ଜୀବନସାଥୀର ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ। ଘର ଲୋକଙ୍କ ସାହାଯ୍ୟରେ ଆପଣଙ୍କ ଜରୁରୀ କାମ ସଂପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବାରୁ ଆପଣଙ୍କୁ ଭଲ ଲାଗିବ।
ମିଥୁନ: ସମସ୍ତେ ଆପଣଙ୍କ ମତ ନେବାକୁ ଚାହିଁବେ। ଆର୍ଥିକ ରୂପେ ଲାଭ ପାଇବେ। ବନ୍ଧୁ ସନ୍ଧ୍ୟା ପାଇଁ ବଢ଼ିଆ ଯୋଜନା ବନାଇ ଆପଣଙ୍କୁ ଖୁସି କରିଦେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
କର୍କଟ: ପରିବାର ଲୋକଙ୍କ ଆଗରେ ନିଜର ମତ ରଖିବାରେ ପୂରା ମଉକା ପାଇବେ। ଆପଣଙ୍କ ଯୋଜନାରେ ଲୋକ ଖୁବ୍ ପ୍ରଭାବିତ ହେବେ। ବିଦ୍ୟାର୍ଥୀ ନିଜର ଅଧ୍ୟୟନରେ ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ।
ଆହୁରି ପଢ଼ନ୍ତୁ: Kiren Rijiju: କେନ୍ଦ୍ରମନ୍ତ୍ରୀଙ୍କୁ ଦେଖି ରାହୁଲ ଘରକୁ ନିମନ୍ତ୍ରଣ କରି କହିଲେ, ‘ଘରକୁ ଆସନ୍ତୁ ମିଶିକି ବ୍ୟାୟାମ କରିବା ’
ସିଂହ: ଭାଇ ବା ଭଉଣୀଙ୍କ ସହିତ ଫୋନରେ କଥା ହୋଇ ଆପଣଙ୍କୁ ବହୁତ ଭଲ ଲାଗିବ। ମହିଳା ଅନଲାଇନିରେ ନୂଆ ବ୍ୟଞନ ଶିଖିବାକୁ ଚେଷ୍ଟା କରିବେ। ଲୋକମାନଙ୍କ ସହିତ ମିଳାମିଶା ବଢ଼ାନ୍ତୁ।
କନ୍ୟା: ପୁରୁଣା ସମସ୍ୟା ଉପରେ ବନ୍ଧୁ ସହିତ କଥାବାର୍ତ୍ତା କରିବେ। ଏଥିରେ ଆପଣ ଭଲ ସମାଧାନ ପାଇବେ। ବ୍ୟବସାୟ ଭଲରେ ଚାଲିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରିବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।
ତୁଳା: ସରକାରୀ କାମର ନୀତି ଓ ନିୟମ ଉପରେ ପୂରା ଧ୍ୟାନ ଦିଅନ୍ତୁ। କୌଣସି ମାମଲାରେ ତରବରିଆ ଦେଖାନ୍ତୁ ନାହିଁ। ଆପଣଙ୍କ ବାଣୀରେ ସରଳତା ପାଇଁ ମାନ ସମ୍ମାନ ପାଇବେ।
ବିଛା: ଶାନ୍ତିରେ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ। ଘର କାମରେ ଆପଣଙ୍କର ଅର୍ଥ ଲାଗିବ। ନିଜର ବାଣୀରେ ମଧୁରତା ରଖନ୍ତୁ। ଜୀବନସାଥୀର ଭାବନାକୁ ବୁଝିବାରେ ବହୁତ ସୀମା ପର୍ଯ୍ୟନ୍ତ ସଫଳତା ମିଳିପାରେ।
ଧନୁ: କୋର୍ଟ କଚେରି ମାମଲାରେ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ। କୌଣସି ବନ୍ଧୁର ସହଯୋଗ ପାଇବେ। ଆପଣଙ୍କ ଜୀବନ ବହୁତ ଭଲ ରହିବ। ପରିବାର ଲୋକ ଆପଣଙ୍କ କଥାରେ ସହମତ ହେବେ।
ଆହୁରି ପଢ଼ନ୍ତୁ: Piticians Spend Lavishly On Weddings: ରାଜନେତାମାନେ କଳାଧନରେ ବିବାହରେ ଅଯଥା ଖର୍ଚ୍ଚ କରୁଛନ୍ତି: ଉମା ଭାରତୀଙ୍କ କଡ଼ା ସମାଲୋଚନା
ମକର: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଆପଣଙ୍କ ଉପରେ ପରିବାରର ଦାୟତ୍ବ ଆସିବ। ଆର୍ଥିକ ସ୍ଥିତି ଭଲ ରହିବ। ଲୋକ ଆପଣଙ୍କ କାମରେ ଖୁସି ରହିବେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ।
କୁମ୍ଭ: ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି। ପରିବାରରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବା ପରାମର୍ଶରେ ଆପଣଙ୍କୁ ଫାଇଦା ହେବ।
ମୀନ: ନିତି ଦିନିଆ କାମରେ ଅଧିକ ସମୟ ଲାଗିପାରେ। ନୂଆ ବ୍ୟବସାୟ କରିବାକୁ ଚାହୁଁଥିବା ଲୋକ ବଜାରରେ କିଣାବିକା ସମ୍ବନ୍ଧରେ ବିଚାର କରିବା ଭଲ ହେବ। ଅଫିସରେ ନୂଆ ଦାୟିତ୍ବ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)