ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

popq

ମେଷ: ବାପାମାଆଙ୍କ ସହିତ ତୀର୍ଥ ଯାତ୍ରାରେ ଯିବେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ଯୋଗ ଅଛି। ‌
ବୃଷ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବ୍ୟକ୍ତିତ୍ବ ଲୋକମାନଙ୍କୁ ପ୍ରଭାବିତ କରିବ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ‌। ପରିଜନଙ୍କ ଠାରୁ ଭଲ ଖବର ପାଇବେ। ‌
ମିଥୁନ: ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ହେବ। ବିବାହ କଥାବାର୍ତ୍ତାରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଜମି କିଣିବା ପାଇଁ ମନ ବନାଇ ପାରନ୍ତି। ‌
କର୍କଟ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଚାକିରିରେ ପରିବର୍ତ୍ତନ ଯୋଗ ଅଛି। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ରଚନାତ୍ମକ କାର୍ଯ୍ୟ କରିବାର ମଉକା ମିଳିବ। ‌

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରର ବୟୋଜ୍ୟେଷ୍ଠଙ୍କ ଠାରୁ ଭଲ ପରାମର୍ଶ ପାଇବେ। ସଙ୍ଗୀତଜ୍ଞଙ୍କୁ ମହତ୍ତ୍ବପୂର୍ଣ୍ଣ ଅବସର ମିଳିବ। ‌

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ବେପାର ବୃଦ୍ଧି ହେବାର ସମ୍ଭାବନା ଅଧିକ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ।
ତୁଳା: ଚାକିରିଆଙ୍କୁ ନୂଆ ଅବସର ମିଳିବ। ବେପାରରେ ଲାଭ ହେବ। ରାଜନୀତିରେ ଥିବା ଲୋକ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି। ଜମି ସଂପର୍କିତ ମାମଲାର ସମାଧାନ ହୋଇଯିବ। ‌
ବିଛା: ଆପଣଙ୍କ ଆୟର ଉତ୍ସ ବଢ଼ିବ। ଭାବିଥିବା ଯୋଜନାରେ ସଫଳତା ପାଇବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଅଚାନକ ପ୍ରିୟ ବନ୍ଧୁ ସହିତ ଦେଖା ହେବ। 
ଧନୁ: ଜମି ବା ଘର କିଣିବାର ଯୋଗ ଅଛି। ପୁଞ୍ଜି ବଜାରରୁ ଯଥେଷ୍ଟ ଲାଭ ମିଳିବ। ଚାକିରିର ସ୍ଥାନ ବଦଳିପାରେ। ବୈବାହିକ ଜୀବନ ସୁଖମୟ ରହିବ। 
ମକର: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶରେ କାମ କରିବେ। ପରିବାର ସହିତ ସମୟ କାଟିବେ। ପ୍ରତିଟି ଛୋଟ କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। 
କୁମ୍ଭ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ। ଆପଣଙ୍କୁ ଚାକିରି ବଦଳାଇବାର ପ୍ରସ୍ତାବ ମିଳିପାରେ।  କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। 
ମୀନ: ନିଜ ଭାବନାକୁ ସକାରାତ୍ମକ ରଖନ୍ତୁ। ବେପାରୀଙ୍କୁ ଭଲ ସୁଯୋଗ ମିଳିବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। ପ୍ରେମ ଜୀବନ ଭଲ ରହିବ।

ଦୈନିକ ରାଶିଫଳ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe