ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasi
ମେଷ: କାର୍ଯ୍ୟକୁ ପୂରା କରିବା ପ୍ରୟାସରେ ସଫଳ ହେବେ। ଆତ୍ମ ସମ୍ମାନ ବୃଦ୍ଧି ହେବ। ଅଫିସରେ ସରଳତାରେ କାର୍ଯ୍ୟ କରନ୍ତୁ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ। 
ବୃଷ: ବେପାରରେ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ବହୁତ ସାରା ପ୍ରେମ ପାଇବେ। କୌଣସି ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ଘର ଜିନିଷ କିଣିବେ। 
ମିଥୁନ: ବେପାରରେ କିଛି ପରିବର୍ତ୍ତନ କରିପାରନ୍ତି। ଭାଗ୍ୟ ସଂପୂର୍ଣ୍ଣ ସାଥ ଦେବ। ନିଜର ଦାମିକା ବସ୍ତୁକୁ ସମ୍ଭାଳି ରଖନ୍ତୁ। ଅଫିସରେ ରଚନାତ୍ମକତା ପୂର୍ବ ଅପେକ୍ଷା ଭଲ ରହିବ।  ‌
କର୍କଟ: କାର୍ଯ୍ୟରେ ସଫଳତା ମିଳିବ। ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର ସୁଯୋଗ ଆସିପାରେ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି। ଗାଡ଼ି ଠିକ୍ ଜାଗାରେ ପାର୍କିଂ କରନ୍ତୁ। 

ସିଂହ: ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ରହିବ। ମନୋରଞ୍ଜନ ଯୋଜନା ବାତିଲ ହୋଇପାରେ। ବ୍ୟବସାୟରେ ଧନଲାଭ ହେବ। ଜୀବନସାଥୀର ସାହାଯ୍ୟ ପାଇବେ। 

କନ୍ୟା: ହଜିଥିବା ପୁରୁଣା ବସ୍ତୁ ପାଇବେ। ନିବେଶ ମାମଲାରେ ଲାଭ ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ନିଜ ଲୋକଙ୍କୁ ସାହାଯ୍ୟ କରିବେ। କାନୁନ ମାମଲାରେ ଜିତିବେ।  
ତୁଳା: କୌଣସି ବଡ଼ ମାମଲାରେ ସହମତି ଓ ସହଯୋଗ ପାଇଁ ପ୍ରସ୍ତୁତ ରହିବେ। ନିବେଶ କରିବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। କିଛି ମହତ୍ତ୍ବପୂର୍ଣ୍ଣ କାମରେ ପରିବର୍ତ୍ତନ ହେବ। 
ବିଛା: ପ୍ରକଳ୍ପରରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ଜୀବନରେ ପରିଶ୍ରମ  ହିଁ ଆନନ୍ଦ ଭରି ଦେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। 
ଧନୁ: ଅର୍ଥ ନେବାଦେବା ମାମଲାରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ସହ ତର୍କବିତର୍କ କରନ୍ତୁ ନାହିଁ। ଛାତ୍ରୀ ସାକ୍ଷାତକାର ପାଇଁ ଯାଇପାରନ୍ତି।
ମକର: ଆପଣଙ୍କ ରୁଚି ରଚନାତ୍ମକ ଆଡ଼କୁ ରହିବ। ପ୍ରେମୀ ଯୁଗଳ ବାହାରକୁ ଯିବାର ଯୋଜନା କରିବେ। ନୂଆ ବାଇକ୍ କିଣିବା ଲାଗି ଦିନଟି ଶୁଭ। ଭାବିଚିନ୍ତି ଅନ୍ୟଙ୍କୁ ସାହାଯ୍ୟ କରନ୍ତୁ।
କୁମ୍ଭ: ମାଟି, ବାଲି ବ୍ୟବସାୟୀଙ୍କର ଭଲ ଲାଭ ହେବ। ପାରିବାରିକ ସୁଖଶାନ୍ତି ମିଳିବ। ପରିଶ୍ରମ ଓ ବ୍ୟବହାର କାରଣରୁ ଧନଲାଭ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। 
ମୀନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାମରେ ସଫଳତା ମିଳିବ। ବନ୍ଧୁ ସହିତ ମିଶି କୌଣସି ମନୋରଞନ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ରୋଚକ ଓ ସୁଖମୟ ରହିବ।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe