ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ମିଳିବ। ଦୀର୍ଘ ସମୟ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଖାଆନ୍ତୁ। ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ। 
ବୃଷ: କାର୍ଯ୍ୟକୁ ନୂଆ ରୂପରେଖ ଦେବା ପାଇଁ କିଛି ରଚନାତ୍ମକ କରିବେ। ବ୍ୟବସାୟ ଆରମ୍ଭ କରିବାକୁ ଚାହୁଥିବା ଲୋକଙ୍କ ପାଇଁ ଦିନଟି ଭଲ। ବ୍ୟବହାରରେ ସଂଯମ ରଖନ୍ତୁ। 
ମିଥୁନ: କାର୍ଯ୍ୟ କରିବା ପୂର୍ବରୁ ତା’ର ରୂପେରେଖ ପ୍ରସ୍ତୁତ କରନ୍ତୁ ଉଚିତ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ। ସମାଜରେ ଆଦର ସମ୍ମାନ ପାଇବେ। 
କର୍କଟ: ଅନୁଭବୀ ବ୍ୟକ୍ତିଙ୍କ ସାଙ୍ଗରେ ରହି ବହୁତ କିଛି ଶିଖିବାକୁ ପାଇବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟରେ ବ୍ୟବସ୍ଥା ଭଲ ହେବ। 

ସିଂହ: ଦିନଟି କର୍ମମୟ ରହିବ। ପରିଶ୍ରମ ଅନୁରୂପ ପରିଣାମ ପାଇବେ। ବ୍ୟସ୍ତତା ସତ୍ତ୍ବେ କିଛି ସମୟ ନିଜର ମନୋରଞ୍ଜନ ପାଇଁ ବାହାର କରିବେ। ଖାଦ୍ୟପେୟ ନେଇ ସଜାଗ ରହନ୍ତୁ। 

କନ୍ୟା: ଧାର୍ମିକ ଅଥବା ସାମାଜିକ ଗତିବିଧିରେ ରୁଚି ବଢ଼ିବ। ବ୍ୟକ୍ତିଗତ କାର୍ଯ୍ୟ ପୂରା ହୋଇଯିବ। ଘରର ବରିଷ୍ଠଙ୍କର ମାନ ସମ୍ମାନକୁ ଅବହେଳା କରନ୍ତୁ ନାହିଁ। 
ତୁଳା: ବ୍ୟବସାୟରେ ଖୁବ୍ ସାବଧାନ ଭାବେ କାମ କରିବାର ଆବଶ୍ୟକତା ଅଛି। ନିଷ୍ପତ୍ତି ନେବା ପୂର୍ବରୁ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ, ଲାଭ ହେବ। ଘରକୁ ବନ୍ଧୁ ଆସିବେ। 
ବିଛା: ନିକଟ ସଂପର୍କୀୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଭାବପ୍ରବଣତାର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ନୂଆ ଲୋକଙ୍କ ସହିତ ଯୋଡ଼ି କିଛି ନୂଆ ଶିଖିବେ। 
ଧନୁ: ବିଦେଶ ଯିବା ପାଇଁ ପ୍ରୟାସରତ ଲୋକ ଭଲ ଖବର ପାଇବେ। ସାମାଜିକ ଗତିବିଧିରେ ବିଶେଷ ଯୋଗଦାନ କରିବେ। ବୁଦ୍ଧି ବଳରେ ସକାରାତ୍ମକ ପରିଣାମ ପାଇବେ।
ମକର: ନିଜର ଦାୟିତ୍ବ ନିର୍ବାହ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବିରୋଧୀ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରିବେ। ସରକାରୀ କର୍ମଚାରୀଙ୍କ ଲାଗି ଦିନଟି ଭଲ। 
କୁମ୍ଭ: ବିଶେଷ ବ୍ୟକ୍ତିଙ୍କ ମାର୍ଗଦର୍ଶନରେ କାର୍ଯ୍ୟକୁ ଭଲଭାବେ କରିବେ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବିଚାର ବିମର୍ଶ ହେବ। ଅନ୍ୟର ବ୍ୟକ୍ତିଗତ ମାମଲା ଠାରୁ ନିଜକୁ ଦୂରରେ ରଖନ୍ତୁ। 
ମୀନ: ଆପଣଙ୍କର ସ୍ବାଭିମାନ ଓ ଆତ୍ବବିଶ୍ବାସ ପରିଶ୍ରମ କରିବାକୁ ଉତ୍ସାହିତ କରିବ। ସମାଜରେ ମାନ ସମ୍ମାନ ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ସଫଳତା ଆଣିଦେବ।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe