ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ ବ୍ୟକ୍ତିଙ୍କ ସମ୍ପର୍କରେ ସବୁ ଜାଣିବା ପରେ ବନ୍ଧୁତା କରନ୍ତୁ । ବାପା ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ। ନବ ବିବାହିତ ଦମ୍ପତି ବାହାରକୁ ବୁଲି ଯିବେ। 
ବୃଷ: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ଅଫିସ କାମ ପୂରା ମନ ଦେଇ କରନ୍ତୁ। ଜମି ଦଲାଲଙ୍କ କାମ ସୁରୁଖୁରରେ ହେବ। ମନ ଲିଖନ କାର୍ଯ୍ୟରେ ଲାଗି ରହିବ। 
ମିଥୁନ: ପୁରୁଣା କାର୍ଯ୍ୟ ଲାଗି ପ୍ରଶଂସା ପାଇବେ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା ଅଛି। ପିଲାଙ୍କ କ୍ୟାରିଅର୍ ନେଇ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ। 
କର୍କଟ: କ୍ୟାରିଅର୍‌ରେ ଉନ୍ନତି କରିବାର ପ୍ରୟାସର ଭଲ ପରିଣାମ ପାଇବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ କାଟିବେ। ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ। 

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ପାରିବାରିକ ମାମଲା ନେଇ ଭଲଭାବେ ଚିନ୍ତା କରନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବରିଷ୍ଠଙ୍କର ସହଯୋଗ ମିଳିବ।

 

କନ୍ୟା: ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପିଲାମାନେ ଆପଣଙ୍କ ସହିତ ଖେଳିବା ପାଇଁ ଜିଦ୍ କରିବେ। ପିତାଙ୍କ ବ୍ୟବସାୟର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। 
ତୁଳା: ନିଜର ଭୂମିକା ପରିବର୍ତ୍ତନ ହେବ। ଆପଣଙ୍କ ବ୍ୟବସାୟ କୌଶଳ ଲାଭ ପ୍ରଦାନ କରିବ। ଆମଦାନି ବୃଦ୍ଧି କରିବା ଲାଗି ଅବସର ପାଇବେ। ପ୍ରେମରେ ସଫଳତା ପାଇବେ। 
ବିଛା: ଅଫିସରେ କାର୍ଯ୍ୟଭାର ବଢ଼ିପାରେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ଠାରୁ କିଛି ଉପହାର ପାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ। 
ଧନୁ: ଆପଣଙ୍କର ପ୍ରଶଂସା ସୁଦୂରପ୍ରସାରୀ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ପୁରୁଣା ଜିନିଷ ଆପଣଙ୍କ ହାତକୁ ଆସିବ ଯାହାକୁ ଦେଖି ଆପଣ ଖୁସି ହେବେ। ‌ 
ମକର: ପାରିବାରିକ ସମସ୍ୟାର ସମାଧାନ କରିନେବେ। ନୂଆ ବ୍ୟବସାୟ ଯୋଜନା ଆପଣଙ୍କୁ ଲାଭ ହିଁ ଲାଭ ଦେବ। ଚାକିରିଆଙ୍କର ଉନ୍ନତି ହେବ। 
କୁମ୍ଭ: ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। ଭାଇ ଭଉଣୀଙ୍କ ସହିତ ସନ୍ଧ୍ୟା ସମୟ ବିତିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। 
ମୀନ: କାମ ପୂରା କରିବାରେ ପୂରା ଧ୍ୟାନ ଲାଗି ରହିବ। ଘରର କୌଣସି ଜିନିଷ ମରାମତି କରିବେ। ପିଲାମାନେ ଖେଳକୁଦରେ ଅଧିକ ସମୟ ଅତିବାହିତ କରିବେ।

ଦୈନିକ ରାଶିଫଳ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe