ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସରକାରୀ କାମରେ ବାଧା ଦୂର ହେବ। ଅଫିସରେ କର୍ତ୍ତୃପକ୍ଷଙ୍କୁ ଖୁସି ରଖିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ସାବାସି ପାଇବେ। 
ବୃଷ: ବିଭିନ୍ନ ପ୍ରକାର ଗତିବିଧିରେ ଦିନଟି ବିତାଇବେ। କଠିନ କାମକୁ ସଫଳତାର ସହିତ ପୂରା କରିନେବେ। ବିଦେଶ ଯିବା ପାଇଁ ପ୍ରୟାସରତ ଲୋକ ଭଲ ଖବର ପାଇବେ। 
ମିଥୁନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସମାଜରେ କରିଥିବା କାମ ପାଇଁ ପ୍ରଶଂସା ପାଇବେ। ପରିବାରରେ ସ୍ଥିତି ଠିକ୍ ରହିବ। 
କର୍କଟ: ଲୁଗା ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ବଡ଼ଙ୍କର ଆଶୀର୍ବାଦ ଆପଣଙ୍କ ସାଙ୍ଗରେ ରହିବ। ଅବିବାହିତ ବ୍ୟକ୍ତିଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। 

ସିଂହ: ଦୀର୍ଘ ଦିନରୁ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କାହାରି ସହିତ ଅଯଥାରେ ଥଟ୍ଟା ତମାସା କରନ୍ତୁ ନାହିଁ। ନିଜ ଭୁଲ୍‌ରୁ ଶିଖି ଆଗକୁ ବଢ଼ିବାର ପ୍ରେରଣା ପାଇବେ। 

କନ୍ୟା: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ବ୍ୟବସାୟର ସବୁ ଗତିବିଧି ଉପରେ ଧ୍ୟାନ ରଖନ୍ତୁ। ଆପଣଙ୍କ ମନ ଆଧ୍ୟ‌ାତ୍ମିକତାରେ ଲାଗି ରହିବ।
ତୁଳା: ଘରେ ବ୍ୟବସାୟ କରିବାକୁ ଯୋଜନା କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ କାମ ସମ୍ପର୍କିତ ନୂଆ ଜ୍ଞାନ ଦେବେ। ଗାୟକଙ୍କର ଗୀତ ଲୋକଙ୍କୁ ପସନ୍ଦ ଆସିବ।
ବିଛା: ଅଟକିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବ୍ୟବସାୟ କାମରେ ବାହାରକୁ ଯିବାକୁ ପଡ଼ିବ। ବିଜ୍ଞାନ ଛାତ୍ରଙ୍କୁ ଭଲ ଚାକିରିର ସୁଯୋଗ ମିଳିପାରେ।
ଧନୁ: ପୂରା ପରିଶ୍ରମ କଲେ ଯାଇ ଅଧିକାଂଶ କାମ ସଂପୂର୍ଣ୍ଣ ହେବ। ଆପଣ ଯେତେ ଚିନ୍ତାରେ ରହିବେ ଆପଣଙ୍କର କାର୍ଯ୍ୟଦକ୍ଷତା ସେତେ କମ୍ ହେବ। ଘରକୁ ବନ୍ଧୁ ଆସିବେ। 
ମକର: ବକେୟା ଅର୍ଥ ପାଇବେ। ଧାର୍ମିକ କାର୍ଯ୍ୟରେ ମନ ଲଗାଇଲେ ମାନସିକ ଶାନ୍ତି ପାଇବେ। ବେପାରରେ ଯଥେଷ୍ଟ ଲାଭ ହେବ। ଶରୀର ସୁସ୍ଥ ରଖିବା ଲାଗି ତାଜା ଫଳ ଖାଆନ୍ତୁ। 
କୁମ୍ଭ: ନକାରାତ୍ମକ ସ୍ବଭାବ ଛାଡ଼ି କାମରେ ଅଧିକ ଧ୍ୟାନ ଦିଅନ୍ତୁ। ବିରୋଧ ଯୋଗୁଁ କାମରେ ଲାଗିରହିଥିବା ବାଧା ସମାପ୍ତ ହୋଇଯିବ। ଜୀବନସାଥୀଙ୍କୁ ସମୟ ଦେବେ। 
ମୀନ: କଠିନ ପରିଶ୍ରମର ଭଲ ଫଳ ପାଇବେ। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe