ମେଷ: ରବି, ସୋମ ଓ ମଙ୍ଗଳବାର ବୈବାହିକ ଜୀବନ ସୁଖମୟ ହେବ। ବୁଧ ଓ ଗୁରୁବାର ଉନ୍ନତି ଲାଗି ସୁଯୋଗ ପାଇବେ। ଶୁକ୍ର ଓ ଶନିବାର ଧନ ସଂପତ୍ତି ଓ ମାନ ପ୍ରତିଷ୍ଠା ବୃଦ୍ଧି ହେବ।
ବୃଷ: ରବି, ସୋମ ଓ ମଙ୍ଗଳବାର ପରିବାର ଲୋକଙ୍କ ସହଯୋଗ ପାଇବେ। ବୁଧ ଓ ଗୁରୁବାର ସମସ୍ୟାର ସମାଧାନ ଲାଗି ମାର୍ଗ ଖୋଜିନେବେ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ।
ମିଥୁନ: ରବି, ସୋମ ଓ ମଙ୍ଗଳବାର ଚାକିରିରେ ମନ ଚାହୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ବୁଧ ଓ ଗୁରୁବାର ସକାରାତ୍ମକ ମାନସିକତା ରଖନ୍ତୁ। ଶୁକ୍ର ଓ ଶନିବାର ବ୍ୟବସାୟ ସଉଦାରେ ସଫଳତା ପାଇବେ।
କର୍କଟ: ରବି, ସୋମ ଓ ମଙ୍ଗଳବାର ନୂଆ କାମ ଆରମ୍ଭ କରନ୍ତୁ, ଲାଭଦାୟକ ରହିବ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ। ଶୁକ୍ର ଓ ଶନିବାର ଜମି ବ୍ୟବସାୟୀଙ୍କର ଲାଭ ହେବ।

Advertisment

ଆହୁରି ପଢ଼ନ୍ତୁ: Venkateswara Temple Stamped: ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟାରେ ମୃତ ରୁପା କାହାର? ଓଡ଼ିଶା ନାଁ ଆନ୍ଧ୍ରର...

ସିଂହ: ରବି, ସୋମ ଓ ମଙ୍ଗଳବାର ନୂଆ କାମ କରିବା ଲାଗି ନୂଆ ପଦ୍ଧତି ଉପରେ ବିଚାର କରିବେ। ବୁଧ ଓ ଗୁରୁବାର ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳି ରହିବ। ଶୁକ୍ର ଓ ଶନିବାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। 

ଆହୁରି ପଢ଼ନ୍ତୁ: Migrant laborers crisis: ଦରମା ବିନା ମାଗଣା କାମ: ଏହି ମୁସଲିମ ଦେଶରେ ଫସି ରହିଛନ୍ତି ୪୮ ଭାରତୀୟ ଶ୍ରମିକ

କନ୍ୟା: ରବି, ସୋମ ଓ ମଙ୍ଗଳବାର କୋର୍ଟକଚେରି ମାମଲାରେ ଭଲ ଖବର ପାଇବେ। ବୁଧ ଓ ଗୁରୁବାର ଧନପ୍ରାପ୍ତି ପାଇଁ ଉତ୍ସ ପାଇବେ। ଶୁକ୍ର ଓ ଶନିବାର କାରବାରରେ ପରିଶ୍ରମ ଅନୁସାରେ ଲାଭ ପାଇବେ।
ତୁଳା: ରବି, ସୋମ ଓ ମଙ୍ଗଳବାର ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ବୁଧ ଓ ଗୁରୁବାର ଉନ୍ନତି ପାଇଁ ମାର୍ଗ ଖୋଲିବ। ଶୁକ୍ର ଓ ଶନିବାର ବିଦ୍ୟାର୍ଥୀଙ୍କୁ ପରିଶ୍ରମରେ ଭଲ ପରିଣାମ ମିଳିବ।
ବିଛା: ରବି, ସୋମ ଓ ମଙ୍ଗଳବାର କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର ପରିବାରରେ ସୁଖଶାନ୍ତି ବଜାୟ ରହିବ। ଶୁକ୍ର ଓ ଶନିବାର ନୂଆ କାମ ପାଇଁ ମନରେ ବିଚାର ଆସିବ।
ଧନୁ: ରବି, ସୋମ ଓ ମଙ୍ଗଳବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୁଧ ଓ ଗୁରୁବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶୁକ୍ର ଓ ଶନିବାର ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।
ମକର: ରବି, ସୋମ ଓ ମଙ୍ଗଳବାର ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ବୁଧ ଓ ଗୁରୁବାର କୌଣସି ଭଲ ଜାଗାକୁ ବୁଲି ଯିବେ। ଶୁକ୍ର ଓ ଶନିବାର କଥା କମ୍ କାମରେ ଅଧିକ ମନୋଯୋଗ ଦିଅନ୍ତୁ।
କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଶୁକ୍ର ଓ ଶନିବାର ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।
ମୀନ: ରବି, ସୋମ ଓ ମଙ୍ଗଳବାର ଲକ୍ଷ୍ୟପ୍ରାପ୍ତି ଲାଗି ସକ୍ରିୟ ରହିବେ। ବୁଧ ଓ ଗୁରୁବାର ଭାଗୀଦାରି ବେପାରରେ ଲାଭ ପାଇବେ। ଶୁକ୍ର ଓ ଶନିବାର ଆହ୍ବାନକୁ ପଛଘୁଞ୍ଚା ଦେବେନାହିଁ।