Horoscope: ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

Daily horoscope Photograph: (sambad.in)

ମେଷ: ଅଚାନକ ଧନଲାଭର ଯୋଗ ଅଛି। ବନ୍ଧୁ ଓ ସହକର୍ମୀ ଆପଣଙ୍କ ପ୍ରୟାସକୁ ସମର୍ଥନ କରିବେ। କାହାରି ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।
ବୃଷ: କିଛି ଲୋକଙ୍କ ସହିତ ସାକ୍ଷାତ ଆପଣଙ୍କ ଦିନକୁ ଆହୁରି ଭଲ କରିବ। ଜୀବନରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ନିବେଶ କରିବା ପୂର୍ବରୁ ଭଲଭାବେ ତଦାରଖ କରି ନିଅନ୍ତୁ। ‌
ମିଥୁନ: ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ବନ୍ଧୁଙ୍କ ସହିତ ମଉଜ ପାଇଁ ଯୋଜନା ପ୍ରସ୍ତୁତ ହେବ। ‌
କର୍କଟ: କ୍ୟାରିୟରରେ ସଫଳତା ହାସଲ ହେବ। କୃଷକ ଭଲ ଲାଭ ପାଇବେ। ଚାକିରିରେ ନୂଆ ପ୍ରୋଜେକ୍ଟ ମିଳିପାରେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ।

ଆହୁରି ପଢ଼ନ୍ତୁ: RUCHI Masala: ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ ସାହୁଙ୍କର ପରଲୋକ

ସିଂହ: କ୍ୟାରିୟରରେ ସୁବର୍ଣ୍ଣ ସୁଯୋଗ ପାଇବେ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିପାରେ। ବିଦେଶରେ ପଢ଼ିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନ ପୂରା ହୋଇପାରେ।

ଆହୁରି ପଢ଼ନ୍ତୁ: E-KYC ହିତାଧିକାରୀଙ୍କ ପାଇଁ ଖୁସି ଖବର: ଡିସେମ୍ବର ୩୧ ସୁଦ୍ଧା କରାଇପାରିବେ ଇ-କେୱାଇସି

କନ୍ୟା: ଅଫିସ କାମରେ ସହକର୍ମୀଙ୍କ ସହିତ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଘର କରୁଥିବା ଲୋକଙ୍କ କାମ ଆଗକୁ ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। 
ତୁଳା: ଶୁଭ ସୂଚନା ପାଇବେ। ଆର୍ଥିକ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବାର ଯୋଗ ଅଛି। ଆପଣଙ୍କ କାମରେ ନୂତନତ୍ବ ଆସିବ।
ବିଛା: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଚାକିରି କାମରେ ଯିବାକୁ ଥିବା ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ।
ଧନୁ: ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିପାରେ। କୌଣସି ମାମଲା ନେଇ ଅଧିକାରୀମାନଙ୍କ ସାହାଯ୍ୟ ପାଇବେ। ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। 
ମକର: ବ୍ୟବସାୟରେ ଲୋକଙ୍କର ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। କାମ ପୂରା କରିବା ପାଇଁ ନୂଆ ଜ୍ଞାନ ଆସିବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। 
କୁମ୍ଭ: କାରବାରରେ ଉତ୍‌ଥାନ ପତନର ସ୍ଥିତି ସୃଷ୍ଟି ହୋଇପାରେ। ନିକଟ ସଂପର୍କୀୟ ସହିତ ସମୟ ଅତିବାହିତ କରିବେ। ରାଜନୀତି ବିଷୟରେ ଆପଣଙ୍କ ବିଚାର ପ୍ରକଟ କରିବେ। 
ମୀନ: ଉନ୍ନତିର ନୂଆ ସାଧନ ମିଳିପାରେ। ଦାମ୍ପତ୍ୟ ସମ୍ବନ୍ଧରେ ପ୍ରଫୁଲ୍ଲତା ଭରିବା ପାଇଁ ଦିନଟି ଭଲ। ବ୍ୟବସାୟରେ ସବୁ କିଛି ସାମାନ୍ୟ ରହିବ। ଆପଣଙ୍କର ଆତ୍ମବିଶ୍ବାସ ବଜାୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe